୭୪ତମ ବନମହୋତ୍ସବ ପାଳିତ
୮/୭/୨୩ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ପରିସରରେ ଆଜି ୭୪ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋହିବାଙ୍କ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମହନ୍ତ ବେହେରା ଓଡ଼ଗାଁ ବନବିଭାଗ ବନପାଳ ସନ୍ଧ୍ୟାରାଣୀ ନାୟକ ଓ ସୌମ୍ୟରଂଜନ ଦଳେଇ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ସୁସନ୍ଧ୍ୟା ରାଣୀ ଦାସ ସମାଜସେବୀ ମୂରଲୀଧର ପ୍ରଧାନ,ଡିଲେଶ୍ୱର ପାତ୍ର ,ରୋହିବାଙ୍କ ଗ୍ରାମର ସଭାପତି ସନ୍ତୋଷ କୁମାର ନାୟକ , ପଂଚାୟତ ସମିତି ସଭ୍ୟ ରବିନ୍ଦ୍ର କୁମାର ନାହାକ , ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟାସଭ୍ୟ, କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ପ୍ରଭୃତି ଅତିଥି ରୂପେ ଯୋଗଦେଇଥିଲେ ।ବିଦ୍ୟାଳୟ ପରିବେଶ ମଧ୍ୟରେ ଅଶୋକ, ବଉଳ ,ପିସ୍ତାବାଦମ, ଡାଲିମ୍ବ ସହିତ ସଜନା, ଅମୃତଭଣ୍ଡା, ଲେମ୍ବୁ ,ଲଙ୍କା ଆଦି 75 ଟି ଗଛ ରୋପଣ କରାଯାଇଥିଲା। ଇକୋ କ୍ଲବ ଛାତ୍ର ଛାତ୍ରୀମାନେ ପ୍ରତି ଗଛରେ ଏକ ଏକ ରାକ୍ଷୀ ବାନ୍ଧିଥିଲେ। ଏତଦ୍ ବ୍ୟତୀତ ଜଙ୍ଗଲ ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ପ୍ରଦାନ ତଥା ଜଙ୍ଗଲ ସୃଷ୍ଟି ପାଇଁ ସଚେତନତା ସ୍ୱରୂପ ବାଘ, ଭାଲୁ ସିଂହ , ହାତୀ ଆଦି ବନ୍ୟଜନ୍ତୁଙ୍କ ମୁଖା ପରିଧାନକରି “ମୋତେ ମୋ ବାସ (ଜଙ୍ଗଲ) ଫେରାଇ ଦିଅ” ବାର୍ତ୍ତା ପ୍ରଦାନ କରିଥିଲେ। ସର୍ବଶେଷରେ ବିଦ୍ୟାଳୟରେ ଏକ ସଭାକରି ବୃକ୍ଷ ଲଗାଇବା ଜଙ୍ଗଲ ସୃଷ୍ଟି କରିବା , ବୃକ୍ଷ ର ଯତ୍ନ ନେବା ସହିତ ସମାଜ ପ୍ରତି ବୃକ୍ଷର ଅବଦାନ ସମ୍ପର୍କରେ ଅତିଥି ମାନେ ବିଭିନ୍ନ କଥା ରଖିଥିଲେ। ଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଲୋକ ନାୟକ,ସନ୍ତୋଷ କୁମାର ନାହାକ,ସୁନିତା ବେହେରା,ରାଇମଣି ଟୁଡୁ,ସୂର୍ଯ୍ୟମଣି ନାୟକ,ପ୍ରିୟଦର୍ଶନୀ ମହାପାତ୍ର,ପଦ୍ମିନୀ ନାୟକ,ବିଜୟଲକ୍ଷ୍ମୀ ଦଳେଇ,ବିଷ୍ଣୁପ୍ରିୟା ବାରିକ,ଖଗେଶ୍ବର ବେହେରା କାର୍ଯ୍ୟକ୍ରମ ସହଯୋଗ କରିଥିବା ବେଳେ ଇକୋ କ୍ଲବ ଶିକ୍ଷକ ତଥା କୁରାଳ ସାଧନ କର୍ମୀ ସଂଯୋଜକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।