ରାଜ୍ୟ

କଂଗ୍ରେସ ର ନବରଙ୍ଗପୁର ବଞ୍ଚାଅ ଆନ୍ଦୋଳନ

ନବରଙ୍ଗପୁର – ନବରଙ୍ଗପୁର ସଦରମହକୁମାରେ ନବରଙ୍ଗପୁର ବଞ୍ଚାଅ ଅଭିଯାନରେ କଂଗ୍ରେସ ଆଜି ଏକ ଆନ୍ଦୋଳନ କରିଛି ।ଜୟପୁର ବିଧାୟକ ତାରା ବାହିନୀପତି ବିଜେଡି-ବିଜେପି ସଉତୁଣୀ ଉପାଖ୍ୟାନ କରି ବିଜେପି ଓ ବିଜେଡି ଦୁଇଟି ଦଳ, ଦୁଇଟି ସଉତୁଣୀ ଭଳି.. ସେମାନେ ଦିନ ରେ କଳି ରାତିରେ ମେଳି ହୁଅନ୍ତି ବୋଲି କଟାକ୍ଷ କରିଥିଲେ । ଏଥିସହ ଦୁଇଟି ଦଳ ପରସ୍ପର ର ସମସ୍ତ ସମ୍ମୁଖ ରେ ଉପର ଠାଉରିଆ ଭାବେ ଲୋକ ଦେଖାଣିଆ ଗଣ୍ଡଗୋଳ କରି ପରେ ସମସ୍ତ କାମ କୁ ସମର୍ଥନ କରନ୍ତି ବୋଲି କହିଛନ୍ତି ବାହିନୀପତି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଧାୟକ ବାହିନୀପତି। ବିଗତ କିଛି ଦିନ ଧରି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟକଳାପ ଜିଲ୍ଲା କୁ ଅପଦସ୍ଥ କରିଥିବା ବେଳେ ଜିଲ୍ଲାରେ ଅଫିସର ଅରାଜକତା ଚଲାଇଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ପ୍ରତିବାଦ ରେ ଆଜି ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ କରିଛି ଜିଲ୍ଲା କଂଗ୍ରେସ । ଅତିରିକ୍ତ ଉପଜିଲ୍ଲାପାଳ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ସିନିଅର କ୍ଲର୍କ ଙ୍କୁ ସିଡିପିଓ ଚେୟାରୁ ଠେଲି ଦେବା ଓ ବ୍ଲକ କାର୍ଯ୍ୟାଳୟ ବାହାରେ ଅଭିଯୋଗ ଜଣାଇବାକୁ ଆସି ଲୋକେ ହନ୍ତସନ୍ତ ହେଉଥିବା ବେଳେ କାର୍ଯ୍ୟାଳୟ ପରିସର ଭିତରେ ବିଡ଼ିଓ ଜନ୍ମ ଦିନ ପାଳନ କରି କେକ କାଟିବା ଭଳି ଅନେକ ଘଟଣା ଜିଲ୍ଲା କୁ ନିନ୍ଦିତ କରିଥିବା ବେଳେ ତାହା ସାଂସଦ ଓ ବିଧାୟକ ଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ସମ୍ମାନ ନ ଥିବା ଅଭିଯୋଗ କରି ଜିଲ୍ଲାରେ ସରକାରୀ କର୍ମଚାରୀ ଙ୍କ ଦ୍ଵାରା ଚାଲିଥିବା ପ୍ରତିବାଦ ସହ ସରକାରୀ ଚାକିରୀ ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ । ତେଣୁ, ଜିଲ୍ଲାର ପ୍ରତ୍ୟେକ ବ୍ଲକ ରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ ବୋଲି ସୂଚନା ଦିଆଯାଇଛି l ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଏନେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ବୈଠକ ପୂର୍ବରୁ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବି ମା ଭଣ୍ଡାର ଘରଣୀ ଙ୍କ ପୀଠ ରୁ ଏନେଇ ଆଂଜ୍ଞ।ମାଳ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ପୂର୍ବତନ ବିଧାୟକ ଭୁଜବଳ ମାଝୀ , ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ବୈଠକ ରେ ସମସ୍ତ କଂଗ୍ରେସ କର୍ମୀ ରାଜ୍ୟ ସରକାର ଙ୍କ ଉପରେ ବର୍ଷି ଥିଲେ ।

Leave a Reply

Your email address will not be published. Required fields are marked *