ରାଜ୍ୟ

ମାଲକାନଗିରି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ମାଲକାନଗିରି।ତା:୧୧/୦୭
ମାଲକାନଗିରି ବ୍ଲକରେ ଗତ ଶନିବାର ଦିନ ନୂତନ ବିଡିଓ ଭାବେ ସୁଶ୍ରୀ ପ୍ରଭାତୀ ଝୋଡିଆ ଯୋଗ ଦେଇଛନ୍ତି। ସେ ପୂର୍ବରୁ ରାମନାଗୁଡା ବ୍ଲକର ବିଡିଓ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।
ଏହି ବ୍ଲକରେ ଗତ ୨୦୧୯ ମସିହାରୁ ଅଜୟ କୁମାର ପ୍ରଧାନ ଦୀର୍ଘ ଦିନ ହେଲା ରହି ନାନା ବାବଦରେ ଛନ୍ଦି ହୋଇ ପଡିଥିଲେ। ତାଙ୍କୁ ଏହି ବ୍ଲକରୁ ବହିସ୍କାର ପାଇଁ ପଞ୍ଚାୟତର ସରପଞ୍ଚମାନେ ଅଭିଯୋଗ କରିଆସୁଥିଲେ।ସେ ଏଠାରେ ମନମୁଖି ଶାସନ କରିଆସୁଥିଲା ବଳେ ବ୍ଲକରେ ଲୋକ ପ୍ରତିନିଧି ମାନଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ତାଙ୍କ ନାମରେ ଦୁର୍ନୀତି,ପଇସା କାରବାର ଆଦି ଅଭିଯୋଗ ହୋଇ ଆସୁଥିଲା। ବର୍ତ୍ତମାନ ତାଙ୍କର ବଦଳି ଜିଲ୍ଲା ବାହାରକୁ ହେବା ଫଳରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ୱାର୍ଡ ମେମ୍ବରମାନେ ଖୁସି ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ମାଲକାନଗିରି ବ୍ଲକରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ଆଗକୁ କିପରି ଜନସାଧାରଣଙ୍କ ସେବା କରିବେ ଏବଂ ବ୍ଲକ ସ୍ତରୀୟ ଜନ ପ୍ରତିନିଧିମାନଙ୍କୁ ନେଇ କାର୍ଯ୍ୟ କରିବେ ଆଗାମୀ ଭବିଷ୍ୟତରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *