ରାଜ୍ୟ

ଦଳି ଦେଲା ହାତୀ 15 ଘଣ୍ଟା ପରେ ଉଦ୍ଧାର ହେଲା ଶବ ,ଭୟଭୀତ 10ଖଣ୍ଡ ଗାଁର ଗ୍ରାମବାସୀ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା ।ଯାହାକି ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଛି ।ପ୍ରାୟ ୧୦ ଖଣ୍ଡ ଗାଁର ଲୋକ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।ଘଟଣା ଘଟିଛି ଏହିପ୍ରକାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀ ଦଳିବାର ଦୀର୍ଘ 15 ଘଣ୍ଟା ପରେ ଘଞ୍ଚ ଜଙ୍ଗଲ ରୁ ଶବ ଉଦ୍ଧାର କଲା ବନ ବିଭାଗ ଏବଂ ସ୍ଥାନୀୟ ପୋଲିସ ।ମଙ୍ଗଳବାର ଦିନ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ଘଟିଥିଲା । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ରେ । ଗାଁ ର ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ର କାର୍ଯ୍ୟ ରେ ଥିବା ସୁନାସିର ଦିଶାରୀ ଏବଂ ବୁଦନ ସୌରା ଗତକାଲି ସନ୍ଧ୍ୟା 4 ଟା ରେ ଜଙ୍ଗଲ କୁ ଯାଇଥିବା ବେଳେ ହଠାତ ଏକ ହାତୀ ତାଙ୍କ ସାମ୍ନା କୁ ଆସିଯାଇଥିଲା ହାତୀ କୁ ଦେଖି ଉଭୟ ଦୌଡ଼ିବା ବେଳେ ବୁଦନ ସୌରା ହାତୀ ହାବୁଡ଼ ରେ ପଡିଯାଇଥିଲେ । ହାତୀ ବୁଦନ କୁ ମାରି ଦେଇଥିବା ,ସୁନାସିର ଗ୍ରାମବାସୀ ଙ୍କୁ ଜଣେଇବା ପରେ ବନ ବିଭାଗ ର ଏକ ଟିମ ଗାଁ ରେ ରାତି ତମାମ ପହରା ଦେଇଥିଲେ ଆଜି ସକାଳୁ ବହୁ ଖୋଜା ଖୋଜି କରିବା ପରେ ବୁଦନ ର ଶବ କୁ ଉଦ୍ଧାର କରିଛନ୍ତି । ତେବେ ହାତୀ ଏ ଅଞ୍ଚଳ ରେ ପୂର୍ବରୁ କେବେ କେହି ଦେଖି ନଥିବାରୁ କଣ୍ଟାଗାଁ, ଗୁଡରା , ବନ୍ଧୁଗୁଡା କୃଷ୍ନଗୁଡା ଭଳି ପ୍ରାୟ 10 ଖଣ୍ଡ ଗାଁ ର ଲୋକେ ଭୟଭୀତ ଅବସ୍ଥା ରେ ରହିଛନ୍ତି । ଅନ୍ୟପଟେ ହାତୀ ଟି ବୌଦ୍ଧ ଜିଲ୍ଲା ରୁ ହାତୀ ପଲ ଠାରୁ ଅଲଗା ହେଇ କଳାହାଣ୍ଡି ଜିଲ୍ଲା ଦେଇ କଣ୍ଟା ଗାଁ ରେ ପହଞ୍ଚିଛି ବର୍ତ୍ତମାନ ହାତୀ ଟି ପୁଣି ନବରଙ୍ଗପୁର ଜିଲ୍ଲା ର ମଇଦଲପୁର ଜଙ୍ଗଲ ଆଡକୁ ଯାଇଥାଇ ପାରେ ବୋଲି ଅନୁମାନ କରୁଛି ବନ ବିଭାଗ ।ଏପଟେ ମୃତକଙ୍କୁ କ୍ଷତିପୂରଣ ଦେବା ସହ ହାତୀ କୁ ଏ ଅଞ୍ଚଳ ରୁ ଘଉଡେଇବା ପାଇଁ ବନ ବିଭାଗ କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *