ତାଳଚେର ପୁସ୍ତକ ମେଳାରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ସାହିତ୍ୟ ଆଲୋଚନା ଚକ୍ର
ତାଳଚେର ତା ୨୭/୦୧ ତାଳଚେର ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ନେଇ ‘ଓଡ଼ିଆ ସାହିତ୍ୟ’ର ଏକ ବିରାଟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବରିଷ୍ଠ ପ୍ରଶାସକ ତଥା ଉତରାଚଂଳ ଆୟୁକ୍ତ ମୁଖ୍ୟ ଅତିଥି ଅଲେଖ ଚନ୍ଦ୍ର ପଡ଼ିହାରୀ, ଓଡ଼ିଶାର ପୂର୍ବତନ ଯୁଗ୍ମ ଶାସନସଚ୍ଚିବ ତଥା ବରିଷ୍ଠ ଗୀତିକବି ମନୋଜ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସାହିତ୍ୟ ସଭାରେ ସମ୍ମାନୀତ ଅତିଥି ଭାବେ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଡ଼ଃ ଗୋପାଳ ବହ୍ଲଭ ଆଚାର୍ଯ୍ୟ ଯୋଗଦେଇ ଏହି ସାରସ୍ୱତ ସଭାରେ ପୁସ୍ତକ ମେଳାର ସାଧାରଣ ସମ୍ପାଦକ ଦେବୀ କିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗଦେଇ ପ୍ରଥିତଯଶା ସାହିତ୍ୟିକ ମାନଙ୍କର ଭାବବର୍ଶି ଆଲୋଚନାକୁ ଉପଭୋଗ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ଉତରାଚଂଳ ଆୟୁକ୍ତ ଅଲେଖ ଚନ୍ଦ୍ର ପଡ଼ିହାରୀ ସାହିତ୍ୟ ଉପରେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ମନୋଜ ମହାନ୍ତି ନିଜ ସାହିତ୍ୟ ଆଲୋଚନା ଚକ୍ରରେ ଯୋଗଦେଇ ନିଜର ବକ୍ତବ୍ୟ କହିଥିଲେ । ଢ଼େଙ୍କାନାଳ ହେଉଚି ସଂଗ୍ରାମ ମାଟି, ସାହିତ୍ୟର ମାଟ ଓ ର୍ମାହିଙ୍ଗୁଳାଙ୍କ ପବିତ୍ର ପୀଠ ସୁନ୍ଦର, ପାକିସ୍ତାନର କରାଚି ଓ ଆଫଗାନୀସ୍ତାର କାବୁଲ ଭଳି ପ୍ରସିଦ୍ଧ ସହରରେ ଅନୁଷ୍ଠିତ ହେଉଛି । ପୁସ୍ତକ ହେଉଛି ମଣିଷର ଚେତନା ମାନବିକ ମୂଲ୍ୟବୋଧକୁ ଜାଗ୍ରତ କରିବା ସଙ୍ଗେସଙ୍ଗେ ମଣିଷ ନିର୍ମାଣ ପାଇଁ ଉପାଦାନ ଯୋଗାଇଥାଏ । ମଣିଷ ନିର୍ମାଣ ସମାଜ ନିର୍ମାଣ, ସମସ୍ତ ସାମାଜିକ ସମାଧାନର ମୂଳମନ୍ତ୍ର ପୁସ୍ତକ ହୋଇଥିବାରୁ ପୁସ୍ତକ ରଚୟିତମାନେ ଯୁଗୋପଯୋଗୀ, ରୁଚି ସଂଗଠନ ସାହିତ୍ୟ ସଷ୍ଟିକରି ସୁସ୍ଥ ସମାଜ ଗଠନରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ । ଏକ ଉଚ୍ଚମାନ ଜୀବନ ପାଇଁ, ବ୍ୟକ୍ତିତ୍ୱର ବିକାଶ ପାଇଁ, ଏକ ବୌଦ୍ଧିକ ଉତରଣ ପାଇଁ ପୁସ୍ତୁକ ହେଉଛି ଏକ ଉତ୍କୃଷ୍ଣ ମାଧ୍ୟମ । ପୁସ୍ତକ ହେଉଛି ଏକ ସମୟର ଏକ ସଂସ୍କୃତି ମଧ୍ୟ ବାର୍ତାବହ । ପୁସ୍ତକ ଯଦି ମଣିଷର ବନ୍ଧୁ ହୁଏ, ତେବେ ପୁସ୍ତକ ହେଉଛି ଏକ ଜାଗରଣ । ଭାଷା ଆନ୍ଦୋଳନରେ ଏହା ହେଉଛି ଏକ ସଂଗ୍ରାମୀ ସୈନିକ, ପୁସ୍ତକ ହେଉଛି ଜୀବନ ଓ ଜଗତର ଚକ୍ରରୁଚି ମଣିଷ ଭାବ, ଅଭାବ ଓ ବିଭବର ସୃଜନଶୀଳ ଅଭିବ୍ୟକ୍ତି । ଯେଉଁ ସାହିତ୍ୟ ପାଠକ ଭିତରେ ଅନୁଭବର ସ୍ରୋତଟିକୁ ସୃଷ୍ଟି କରି ପାରେନା ସହୃଦୟର ସ୍ପନ୍ଦିତ କରି ପାରେନା, ତାହା ସାହିତ୍ୟ ପଦାଃଖ ନୁହେଁ ।