ରାଜ୍ୟ

ବିପଦସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଟ୍ରାନ୍ସଫର୍ମର

ହିନ୍ଦୋଳ:
-ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ବହୁ ଧନଜୀବନ ପଶୁପକ୍ଷୀ ଜୀବନ ନଷ୍ଟ ହେଉଥିଲେ ମଧ୍ୟ କର୍ତୃପକ୍ଷଙ୍କ ପାରବାୟ ନାହିଁ!ସେହିପରି ଏକ ଘଟଣାରୁ ଜଣାପଡିଛି ଜେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଗାଳପଡା ପଂଚାୟତ ବେରୁଆଁପାଳ କେନ୍ଦୁପଲ୍ଲୀ ଗ୍ରାମ ରାସ୍ତା ମଝିରେ ଏକ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥା ରେ ରହିଅଛି ଯେଉଁଥିରେ କି ଚତୁଃପାର୍ଶ୍ଵରେ ସୁରକ୍ଷା ପାଚେରୀ ନିର୍ମାଣ ହୋଇନାହିଁ!ରାସ୍ତା ମଝିରେ ଥିବାରୁ ଯାନବାହାନ ଓ ସାଧାରଣ ଲୋକ ମାନେ ଗମନା ଗମନ ରେ ନାହିଁ ନଥିବା ଅସୁବିଧା ରେ ସମୁଖୀନ ହେଉଥିବା ସହ ସମସ୍ତଙ୍କ ଜୀବନ ବିପଦପୂର୍ଣ ଅବସ୍ଥାରେ ଅଛି!ଏ ବାବଦରେ ବହୁତ ଥର ବିଦ୍ୟୁତ ବିଭାଗ ଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁବ୍ୟବସ୍ଥା କିମ୍ବା ପ୍ରତିକାର ହୋଇପାରୁନାହିଁ.!ଏହା ଛଡା ହିନ୍ଦୋଳ ଉପଖଣ୍ଡରେ ବାରମ୍ବାର ବିଦ୍ୟୁତକାଟ ହେଉଥିବାରୁ ବିଶେଷକରି ଗ୍ରୀଷ୍ମଋତୁରେ ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି!!ରାସ୍ତା ମଝିରେ ଥିବା ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମରଟିକୁ ଅନ୍ୟତ ସ୍ଥାନାନ୍ତର କରିବା କିମ୍ବା ଏହାର ଚାରିପଟେ ମାଝବୁତ ସୁରକ୍ଷାବଳୟ ନିର୍ମାଣ କରିବା ସହ ଅଘୋଷିତ ବିଦ୍ୟୁତକାଟ ବନ୍ଦ କରିବା, ସଠିକ ଭାବରେ ମିଟର ରିଡିଙ୍ଗ କରି ଉଚିତ ବିଲ ଦେବା ସହ ଜନସାଧାରଣଙ୍କୁ ଉଚିତ ସେବା ଦେବା ନିମନ୍ତେ ଗଲାପଡାବାସି ଓ ହିନ୍ଦୋଳ ଉପଖଣ୍ଡ ଜନସାଧାରଣ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *