ପରିବାର କଲ୍ୟାଣ ସଚେତନତା ରଥ ଶୁଭାରମ୍ଭ
ମାଲକାନଗିରି :
ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ପରିବାର କଲ୍ୟାଣ ସଚେତନତା ରଥକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଆଜି ଠାରୁ ଅର୍ଥାତ ୧୧ ଜୁଲାଇରୁ ୨୫ ଜୁଲାଇ ପର୍ଯ୍ୟନ୍ତ ମାଲକାନଗିରି ସହର ସମେତ ଜିଲ୍ଲାର ୭ଟି ବ୍ଲକର ଜନସାଧାରଣଙ୍କୁ ପରିବାର ନିୟୋଜନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଚିକିତ୍ସ୍ୟା ଅଧିକାରୀ
(ପରିବାର କଲ୍ୟାଣ) ଡାକ୍ତର ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଭିବିଡି)ଡାକ୍ତର ଧନେଶ୍ଵର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ,ଏନଏଚଏମ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ସସ୍ମିତା ସାହୁ ସହିତ ବିଭିନ୍ନ ବ୍ଲକ ରୁ ଆସିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଓ ଆଶାମାନେ ଉପସ୍ଥିତ ଥିଲେ ।