ରାଜ୍ୟ

ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ
ସମ୍ବୀଧାନକୁ ସନ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ

ଖୁଣ୍ଟା –
ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଅଧିନ ବିଭିନ୍ନ ସ୍ଥାନରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ତେବେ ଗୋପବନ୍ଧୁ ନଗର ବ୍ଳକ ପକ୍ଷରୁ ବ୍ଳକ ସ୍ତରରେ ପ୍ରତ୍ୟକ ରାଷ୍ଟ୍ରପର୍ବ ଗୁଡିକ ବ୍ଳକର ମୁଖ୍ୟ ସ୍ଥଳ ଖୁଣ୍ଟା ମିନିଷ୍ଟାଡିୟମ ଠାରେ ପ୍ରଶାସନ ପକ୍ଷରୁ ପାଳିତ ହୋଇ ଆସୁଥିଲା । ମାତ୍ର ଚଳିତ ବର୍ଷ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରଶାସନ ପାଳିନଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଯାହାକୁ ନେଇ ମିନି ଷ୍ଟାଡ଼ିୟମ ଠାରେ ସ୍ଥାନୀୟ ସୁବାଷ ବୋଷ କ୍ଳବ ପକ୍ଷରୁ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା । ମୁଖ୍ୟ ଅତିଥିଭାବେ ଗୋପବନ୍ଧୁ ନଗର ତହସିଲଦାର ବିଶ୍ଵରଞ୍ଜନ ମହାନ୍ତି ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ବେଳେ ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଇତି ଅବସରରେ ତହସିଲଦାର ଶ୍ରୀ ମହାନ୍ତି ମହାମନିସ ମାନଙ୍କର ବଳିଦାନ ପାଇଁ ଦେଶ ସ୍ଵାଧିନତା ପାଇଥିଲା ବୋଲି କହିଥିଲେ । ତେବ ଦେଶ ନିଜସ୍ଵ ଢ଼ାଞ୍ଚାରେ ଚଳାଇବା ପାଇଁ ଆମ୍ବେଦକରଙ୍କ ନେତୃତ୍ଵରେ
ପ୍ରଣିତ ହୋଇଥିବା ସମ୍ବିଧାନକୁ ୧୯୫୦ ମସିହା ଆଜିର ଦିନରେ ଦେଶ ଶାସନ ରେ ଅଙ୍ଗିକାର କରାଯାଇଥିଲା । ଏହି ପବିତ୍ର ଦିବସକୁ ମନେ ପକାଇବା ପାଇଁ ଆମେ ଦଳ ମତ ଓ ଜାତି ଧର୍ମଭାବନା ରୁ ଉର୍ଦ୍ଧରେ ରହି ତ୍ରୀରଙ୍ଗା ପତକା ତଳେ ଏକତ୍ରିତ ହୋଇଥାଉ । ଯାହାକି ଆମ୍ଭମାନଙ୍କୁ ଏକତା ର ସୁତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇପାରିଥାଏ । ଏହି ଦିବସ କେବଳ ସାମହିକ ଆନନ୍ଦ ଦାୟକ ଉତ୍ସବ ନୁହେଁ । ଆମ ପାଇଁ ଆତ୍ମସମିକ୍ଷାର ଦିବସ ମଧ୍ୟ । ଏଣୁ ଆମ୍ଭେ ସମ୍ବାଧାନକୁ ନେଇ ଗର୍ବ କରିବା ସହ ଏହାକୁ ସନ୍ମାନ ଦେବା ପ୍ରତ୍ୟକ ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ । ସେହିପରି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଂକଳ୍ପ ନେବା ର ଦିନ ମଧ୍ୟ । ତେଣୁ ଏକ ମନ, ଏକ ପ୍ରାଣ ଦେଇ ମାତୃଭୂମୀ ର ସେବାପାଇଁ ଆଗେଇ ଆସିବା ସେହି ଦିନ ହିଁ ସାଧାରଣତନ୍ତ୍ର ଦିବସର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ମୁଖ୍ୟ ଅତିଥି ତହସିଲଦାର ଶ୍ରୀ ମହାନ୍ତି ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାନ ଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମୀ ହାଁସଦାଃ , ସୁବାଷ ବୋଷ କ୍ଳବର ସଭାପତି ଚୌଧୁରୀ ପ୍ରଶାନ୍ତ କୁମାର ଦାସ , ବଣିକ ସଂଘର ସଭାପତି କାହ୍ନୁ ଚରଣ ବେହେରା , ସମ୍ପାଦକ ମନୋଜ ରଥ ,ଉପସଭାପତି ତରୁଣ ମହାନ୍ତି , କ୍ଳବର ବରିଷ୍ଠ ସଦସ୍ୟ ପ୍ରଦୋଷ ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *