ରାଜ୍ୟ

ବନ କର୍ମଚାରୀଙ୍କ ଦ୍ୱାରା ୧୭ କଇଁଛ ଉଦ୍ଧାର,୨ଗିରଫ

ମାଲକାନଗିରି।ତା:
ବିକ୍ରି ଉଦ୍ଦେଶ୍ୟରେ ଚୋରା ଚାଲାଣ ହେଉଥିବା ୧୭ ଗୋଟି କଇଁଛ କୁ ମୋଟୁ ବନ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦୁଇ ଜଣ ବ୍ୟକ୍ତି ଗତ କାଲି ଆନ୍ଧ୍ର ନିକଟସ୍ଥ ଗୋଦାବରୀ ନଦୀରୁ ଜାଲ ପକେଇ କଇଁଛ ନେଇ ଆସୁଥିବା ସମୟରେ ମୋଟୁ ଠାରେ ବନ ବିଭାଗ ଦ୍ଵାରା ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ପୂର୍ବରୁ ମୋଟୁ ବନାଞ୍ଚଳ ଅଧିକାରୀ ଙ୍କୁ କଇଁଛ ଚାଲାଣ ସଂପର୍କରେ ବିଶ୍ୱାସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବନ କର୍ମଚାରୀମାନେ ଏକ ନିଛାଟିଆ ଜଙ୍ଗଲରେ ଛକି ବସିଥିଲେ। ଏକ ବାଇକ୍ ଯୋଗେ୧୭ ଗୋଟି କଇଁଛକୁ ଭର୍ତ୍ତି କରି ମାଲକାନଗିରି ଜିଲ୍ଲାରେ ବିକ୍ରି କରିବା ଉଦ୍ଦେଶ୍ଯରେ ଆଣିଥିବା ବେଳେ ଦୁଇ ଅଭିଯୁକ୍ତ ବନ କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ । ଏହା ସହିତ ୧୭ଟି କଇଁଛ ବନ କର୍ମଚାରୀମାନେ ଜବତ କରିଥିଲେ । ବନ୍ଯ ପ୍ରାଣୀ ସଂରକ୍ଷଣ ନିୟମ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି।ଏ ସଂପର୍କରେ ମୋଟୁ ବନାଞ୍ଚାଳ ଅଧିକାରୀ ରଶ୍ମୀ ରଞ୍ଜନ ସ୍ଵାଇଁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦୁଇଜଣ ହେଲେ ଏମ.ପି.ଭି-୪୩ ଗ୍ରାମର ବିବେକ ମଣ୍ଡଳ ଓ ହରି ଲାଲ ବିଶ୍ବାସ। ସେମାନଙ୍କ ନିକଟରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *