ରାଜ୍ୟ

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ,ନବରଙ୍ଗପୁର ଜିଲ୍ଲାକୁ ମରୁଡି ଘୋଷଣା ଦାବି

ନବରଙ୍ଗପୁର- ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷୀ ମାନେ ମୁଣ୍ଡରେ ହାତ ବସିଛନ୍ତି । ଗତ କିଛି ଦିନ ତଳେ ବର୍ଷା ହେବାରୁ ଚାଷୀ ମାନେ ତଳି ପକାଇବା ସହ ଜମି କାମ ଆରମ୍ଭ କରିଥିଲେ ।କିନ୍ତୁ ବର୍ଷା ନ ହେବାରୁ ଜମି ଫାଟି ଆଁ କରି ତଳିଯାକ ଶୁଖିବାକୁ ବସିଲାଣି ।ତେଣୁ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଅଭାବରୁ ମରୁଡି ଦେଖା ହେବାର ଆଶଙ୍କା ରହିଛି ।ଏଣୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନରଞ୍ଜନ ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲାକୁ ମରୁଡି ଜିଲ୍ଲା ଭାବେ ଘୋଷଣା କରିବାକୁ ରାଜ୍ୟ ସରକାର କୁ ଦାବି କରିଛନ୍ତି ।ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ ।ଏହି ଜିଲ୍ଲାରେ ଧାନ,ମକା ଠୁଁ ଆରମ୍ଭ କରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଏ ।ଜିଲ୍ଲାରେ ଜଳସେଚନର ସୁବିଧା ନ ଥିବା ହେତୁ ଚାଷୀ ବର୍ଷାକୁ ହିଁ ଅପେକ୍ଷା କରିଥାନ୍ତି ।କିନ୍ତୁ ଚଳିତ ବର୍ଷର ବର୍ଷା ଚାଷୀଙ୍କୁ ଧୋକା ଦେଉଛି । ଗତ ବର୍ଷ ତୁଳନାରେ ଏବର୍ଷ ବହୁତ କମ ବର୍ଷା ହୋଇଛି ।ଯା ଫଳରେ ଚାଷୀ ହତାଶ ହେବା ସହ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନେକ ଚାଷୀ ଋଣ କରି ଚାଷ କରିଛନ୍ତି ,ଏଣୁ ବର୍ଷା ଅଭାବରୁ ଚାଷ ଯଦି ନ ହୁଏ ତେବେ ଚାଷୀ ମାନେ ଅସୁବିଧା ର ସମ୍ମୁଖୀନ ହେବେ ।ଏଣୁ ଆଜି ସାମ୍ୱାଦିକ ସମ୍ମିଳନୀ କରି ନବରଙ୍ଗପୁର ଜିଲ୍ଲାକୁ ମରୁଡି ଘୋଷଣା କରାଯିବାକୁ ଦାବି କରାଯାଇଛି । ମରୁଡି ଘୋଷଣା କଲେ ଋଣ ଭାରଠାରୁ ଚାଷୀ ମାନେ ମୁକ୍ତ ହେଇ ପାରିବେ । ଯଦି ମରୁଡି ଘୋଷଣା କରା ନ ଯାଇ ତେବେ ଆସନ୍ତା ଦିନରେ ଚାଷୀ ମାନଙ୍କ ନିମନ୍ତେ ରାଜ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପି.ନାଗରତ୍ନାମା,ବୃନ୍ଦାବନ ତ୍ରିପାଠୀ, ପ୍ରଦୀପ ସାହୁ ,ନବ ମନ୍ଦାର,ଦିଲ୍ଲୀପ ବେହେରା ଓ ସୁରଜ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *