ଓଡିଶା ରାଜ୍ଯ ବିଦ୍ଯୁତ ବୋର୍ଡ ଶ୍ରମିକ ମହାସଂଘର ଅଧିବେଶନ। ଟାଟା ପାୱାରର ମନମୁଖି ଉପରେ ବର୍ଷିଲେ ଶ୍ରମିକ ସଂଘ କାର୍ଯ୍ଯକର୍ତ୍ତା ଓ ନେତୃସ୍ଥାନୀୟ
ବ୍ରହ୍ମପୁର: ୧୬-୦୭-୨୦୨୩; ବ୍ରହ୍ମପୁର ଶହୀଦ ଲକ୍ଷ୍ମଣ ନାୟକ କମ୍ଯୁନିଟି ହଲ ଠାରେ ରାଜ୍ଯ ସଭାପତି ରମେଶ ଚନ୍ଦ୍ର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଦ୍ଯୁତ ବିଭାଗର ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା ହୋଇଥିଲା। ରିଲାନ୍ସ କମ୍ପାନୀକୁ ସରକାର ୪୨୭୪ କୋଟି ଛାଡ କରି ୨୫ବର୍ଷ ପାଇଁ ଟାଟା ପାୱାର ନିକଟରେ ବିଦ୍ଯୁତ ବିଭାଗକୁ ବନ୍ଧା ପକାଇ ହଇରାଣ ହରକତ କରୁଛନ୍ତି ସେହି ସମ୍ପର୍କରେ ବିଭିନ୍ନ ବକ୍ତାମାନେ ମତବ୍ଯକ୍ତ କରିଛନ୍ତି। ଟାଟା କମ୍ପାନୀ ବ୍ରିଟିସ ଶାସନ ଢ଼ାଞ୍ଚାରେ ଶୋଷଣ କରୁଛି ତାହା ସମ୍ପର୍କରେ ଇଂଜିନିୟରସ୍ ପାୱାର ଆସୋସିଏସନର ଉପସଭାତି ଇଂ. ଅକ୍ଷୟ କୁମାର ଦଳାଇ ଏବଂ ସାଧାରଣ ସଂପାଦକ ଇଂ.ସୁନୀଲ କୁମାର ସ୍ୱାଇଁ ମତବ୍ଯକ୍ତ କରିଛନ୍ତି। ରାଜ୍ଯ ବିଦ୍ଯୁତ ବୋର୍ଡ ଶ୍ରମିକ ମହାସଂଘର ସାଧାରଣ ସଂପାଦକ ଜଗନ୍ନାଥ ମହାରଣ ନିଜ ଅଭିଭାଷଣରେ ବିଭିନ୍ନ ବର୍ଗର କର୍ମଚାରୀ ମାନେ ଏକତା ଭାବରେ ଲଢ଼େଇ କରି ଟାଟାପାୱାରର ମନମୁଖୀ ଶାସନକୁ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଓଡିଶା ରାଜ୍ଯ ବିଦ୍ଯୁତ ବୋର୍ଡ ଶ୍ରମିକ ମହାସଂଘର ଉପଦେଷ୍ଟା ତଥା ରାଜ୍ଯ ହିନ୍ଦ୍ ମଜୁଦୁର ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରବି ରଥ ଟାଟାପାୱାରର ଶ୍ରମିକ ମାରଣ ନୀତିକୁ ରାଜ୍ଯ ସରକାର କିପରି ପ୍ରୋତ୍ସାହନ କରି କର୍ମଚାରୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି ତାହା ସମ୍ପର୍କରେ ଶ୍ରମିକ ମାନଙ୍କୁ ଚେତାଇ ଏକତାର ସହ ହକ ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ପ୍ରଦାନ କରିଥିଲେ। ଟାଟାପାୱାର ରାଜ୍ଯ ଶ୍ରମିକ କଲ୍ଯାଣ ନୀତି ଓ ଆଇନକୁ ଉଲ୍ଲଂଘନ କରିବା ସହ ବିଭିନ୍ନ ବର୍ଗର କର୍ମଚାରୀ ସୃଷ୍ଟି କରି ବିଭାଜନ ନୀତି ମାଧ୍ଯମରେ ଶ୍ରମିକ ମାନଙ୍କୁ ହଇରାଣ କରିବା ବନ୍ଦ ନକଲେ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖୁଳିତ ପରିସ୍ଥିତି ପାଇଁ ଟାଟା ପାୱାର ଓ ରାଜ୍ଯ ସରକାର ଦାୟୀ ରହିବେ ବୋଲି ଯୁବ ସାମାଜିକ କର୍ମୀ ତଥା ଆଇନଜୀବି ଅନନ୍ତ ନାରାୟଣ ମହାନ୍ତି କହିଛନ୍ତି। ସଂଗଠନର ବିଭିନ୍ନ ନେତୃବର୍ଗଙ୍କ କ୍ଷୋଭରୁ ସ୍ପଷ୍ଟଯେ ଭାରତର ଆଇନ ଓ ସମ୍ବିଧାନ ବ୍ଯବସ୍ଥାରେ ଶ୍ରମିକ ମାନଙ୍କ କଲ୍ଯାଣ ପାଇଁ ଥିବା କୌଣସି ନୀତିନୀୟମକୁ ଟାଟା ପାୱାର ଅନୁପାଳନ କରୁନଥୁବା ସ୍ପଷ୍ଟ ହୋଇଛି। ଟାଟାପାୱାର ବିଦ୍ଯୁତ ବିଭାଗର ବିତରଣ ଦାୟିତ୍ୱ ନେଲା ଦିନ ଠାରୁ ଦକ୍ଷତା ସମ୍ପର୍ଣ୍ଣ ଅଭିଜ୍ଞ ଠିକା କର୍ମଚାରୀ ମାନଙ୍କୁ ଛଟେଇ କରିବାରେ ଲାଗିଛି। ବୈଷୟିକ ବ୍ଯବସ୍ଥାକୁ ଦ୍ୱାହି ଦେଇ ବର୍ଷ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ଯ କରୁଥୁବା କର୍ମଚାରୀ ମାନଙ୍କୁ ଛଟେଇ କରୁଅଛି। ରାଜ୍ଯର ହଜାର ହଜାର ଠିକା କର୍ମଚାରୀଙ୍କ ଭବିଷ୍ଯତ ସୂତା ଖିଅରେ ଝୁଲୁଛି। ପାଖାପାଖି ୩୦ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୌଣସି ଏକ ସ୍ଥାୟୀତ୍ୱ ଚାକିରୀ ସର୍ତ୍ତାବଳୀ କିମ୍ବା ଦକ୍ଷତା ଓ କାର୍ଯ୍ଯ ଅନୁପାତରେ ସଠିକ ପ୍ରାପ୍ଯ ଦେବାର ନିତି ନିର୍ଦ୍ଧାରଣ କରିବାରେ ଟାଟାପାୱାର ଟାଳଟୁଳୁ ନିତି ଅବଲମ୍ବନ କରୁଅଛି। ଟାଟା ପାୱାର କହିବା ଅନୁଯାୟୀ ସାଉଥ କୋ ଯେତେବେଳେ ଟାଟାପାୱାରକୁ ହସ୍ତାନ୍ତର କରିଲା ସେତେବେଳେ ଗଲା ୧୦ବର୍ଷରେ ଥିବା ଭଙ୍ଗା ଓ ଦୟନୀୟ ଅବସ୍ଥାରେ ଥିବା ଲାଇନ ଓ ସବଷ୍ଟେସନ ଗୁଡିକୁ ହସ୍ତାନ୍ତର କରିଅଛି। ଅର୍ଥାତ ବିପଜ୍ଜନକ ଅବସ୍ଥାରେ ବର୍ତ୍ତମାନ କ୍ଷତ୍ର ସ୍ତରୀୟ ବିଭିନ୍ନ ବର୍ଗର କର୍ମଚାରୀ କାର୍ଯ୍ଯ କରୁଛନ୍ତି ବୋଲି ସଂଘର ଅଭିଯୋଗ। ସେମାନଙ୍କ ସୁରକ୍ଷା ପ୍ରତି ଟାଟା ପାୱାର ଯତ୍ନବାନ ନୁହେଁ ବୋଲି ସଭାପତି ରମେଶ ଚନ୍ଦ୍ର ଶତପଥି ଅଭିଯୋଗ କରିବା ସହ ଏପରି ଦୟନୀୟ ଅବସ୍ଥାରେ ଉପଭୋକ୍ତାମାନଙ୍କୁ ଉନ୍ନତ ବିଦ୍ଯୁତ ସେବା ଦେବାରେ ବିଫଳ ଟାଟା ପାୱାର ପ୍ରତ୍ଯେକ ଉପଭୋକ୍ତାଙ୍କୁ ୫୦୦୦ ଲେଖାଏଁ କ୍ଷତି ପୂରଣ ଦେବା ସହ ସମସ୍ତ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବି କରିଛନ୍ତି। ଏହି ତ୍ରୟମାସିକ ଅଧିବେସନରେ ଅନ୍ଯମାନଙ୍କ ମଧ୍ଯରେ N.ବାଳକୃଷ୍ଣ ରାଓ, ଆଲୋକ କୁମାର ପାଢ଼ୀ, ଦିଲ୍ଲୀପ କୁମାର ପଣ୍ଡା, କାର୍ଯ୍ଯକାରୀ ସଭାପତି ଶ୍ରୀବତ୍ସ ବିଶ୍ୱାଳ, ଡେପୁଟି ଜେନେରାଲ ସେକ୍ରେଟାରୀ ଅଜିତ ପାତ୍ର, ସଂପାଦକ ରାଜେଶ୍ୱରୀ ଚୌଧୁରୀ, ଆଉଟସୋର୍ସିଂ ସଂଘ ସଂପାଦକ ବିଧୁଭୁଷଣ ଦାସ ନିଜ ନିଜ ବକ୍ତବ୍ଯରେ ଟାଟାପାୱାରର କର୍ମଚାରୀ ମାରଣ ନିତି ସମ୍ପର୍କରେ ମତବ୍ଯକ୍ତ କରିଥିଲେ। ସାରଦା ପ୍ରଶନ୍ନ ସ୍ୱାଇଁ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ।