*ଅଙ୍ଗନବାଡି କର୍ମୀ ୫ ଟି ସଚିବ ଙ୍କୁ ଭେଟିଲେ: ଖୁବ୍ ଶୀଘ୍ର କର୍ମୀଙ୍କ ସକାଶେ ଖୁସି ଖବର ଆସିବ ବୋଲି ୫ ଟି ସଚିବ କହିଲେ
୫ ଟି ସଚିବ ଶ୍ରୀ ଭି. କେ ପାଣ୍ଡିଆନ୍ ଙ୍କ ହୁମା ଗସ୍ତ ସମୟରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ,ସୌଦାମିନୀ ପାଣ୍ଡେ, ଲଳିତା ମିଶ୍ର, ରିତାରାଣୀ ପତି, କବିତା ପତି, ସେଫାଳୀ ସେଠ ଙ୍କ ନେତୃତ୍ଵରେ ଭେଟି ଅଙ୍ଗନବାଡି କର୍ମୀ ଙ୍କ ସମସ୍ୟା ଗୁଡିକ ଉପରେ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରିଥିଲେ l ଅଙ୍ଗନବାଡି କର୍ମୀ ଙ୍କୁ ବଞ୍ଚିବା ଭଲି ଦରମା ଦିଆଯାଉ, ଶ୍ରମିକର ମାନ୍ୟତା ପ୍ରଦାନ ,ସରକାରୀ କରଣ, ବର୍ତ୍ତମାନ ବଜାର ଦର ବୃଦ୍ଧି କୁ ଦେଖି ଗରମ ରନ୍ଧା ର ମୂଲ୍ୟ ବୃଦ୍ଧି କରାଯାଉ, ବି. ଏଲ୍. ଓ, ଗାଆଁ କଲ୍ଯାଣ ସମିତି ,ସର୍ଭେ ଇତ୍ଯାଦି ସହିତ ଅତିରିକ୍ତ କାର୍ଯ୍ୟ ରୁ ବାଦ ଦେବା ପ୍ରଭୁତି ଦାବି ପୂରଣ ସକାଶେ ଅନୁରୋଧ କରିଥିଲେ l ଦାବିପତ୍ର ଉପରେ ବିଚାର କରାଯିବ ଏବଂ ଖୁବ୍ ଶୀଘ୍ର ଅଙ୍ଗନବାଡି କର୍ମୀ ଙ୍କ ସକାଶେ ଖୁସି ଖବର ଆସିବ,ଘୋଷଣା କରାଯିବାକୁ ଥିବା କହିଥିଲେ l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ବହୁ ସଂଖ୍ଯାରେ ସଦସ୍ୟା ଉପସ୍ଥିତ ଥିଲେ l ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ ଖୁସି ବ୍ୟକ୍ତ କରି ପ୍ରକାଶ କରିଥିଲେ ଯେ ସମ୍ମାନନୀୟ ୫ଟି ସଚିବ ଙ୍କ ସହିତ ସକାରାତ୍ମକ ଆଲୋଚନା ହେଲା, ଦାବିପତ୍ର ଗ୍ରହଣ କଲେ l ଅଙ୍ଗନବାଡି କର୍ମୀ ଭଉଣୀଙ୍କ ସକାଶେ ସରକାର ନିଶ୍ଚିତ ରୂପେ କିଛି କରିବେ ବୋଲି ଆଜିର ସାକ୍ଷାତ୍ ଆଲୋଚନା ରୁ ଅଶା ଓ ବିଶ୍ବାସ କରୁଛୁ l*