ଚିତ୍ତଲପୁର ର NREGS କାମ ଦୁଇ ମାସ ନ ପୂରୁଣୁ ଭୁଶୁଡି ପଡିଲା କାନ୍ଥ
ହିନ୍ଦୋଳ:-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଚିତ୍ତଲପୁର ଗ୍ରାମ ପଞ୍ଚାୟତ ର ଚିତ୍ତଲପୁର ଠାରେ NREGS କାମ ଦୁଇ ମାସ ନ ହେଉଣୁ କାମ ଟି ଭୁଶୁଡି ପଡିଛି!ସେହି କାମ ଟି ବାଟ କୂଅ ଠାରୁ କିଆ ବନ୍ଧ!ସେହି କାମରେ ଯେଉଁ ବୋର୍ଡ ଲାଗିଛି ସେଥିରେ କୌଣସି ଲେଖାନାହିଁ କିନ୍ତୁ ବର୍ତମାନ ସୁଦ୍ଧା ଲେବର ଡିମାଣ୍ଡ ଏକ ଲକ୍ଷ ଚଉଷଠି ହଜ଼ାର ଛଅ ଶହ ଅଠସ୍ତରୀ ଉଠାଇ ସାରିଛନ୍ତି!ଏଥିରେ ପ୍ରଶାସନିକ ଅଧିକାରୀ ସହିତ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଦେଖିବାକୁ ମିଳିଛି!ଏହି କାମ ରେ ବିଭାଗୀୟ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ ଙ୍କ ହାତ ଥିବାର ଜଣାପଡୁଛି!ବିଭାଗୀୟ କନିଷ୍ଠଯନ୍ତ୍ରୀ ସିଲାରାଣି ସାହୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କୁହନ୍ତି କାମ କରାଯାଇଛି ଭାଙ୍ଗିଲେ ଆମେ କଣ କରିବୁ ଯଦି ବୁଝିବାର ଅଛି mps ଙ୍କୁ ଫୋନ କର!ଏଥିରୁ ଅନୁମାନ କରାଗଲା ବିଭାଗୀୟ କନିଷ୍ଠଯନ୍ତ୍ରୀ କାମ ବାବଦରେ କହିପାରିବେ ନାହିଁ ଏଣୁ ଅନ୍ୟ ମାନେ କାମ ବାବଦରେ କଣ ଜାଣିଲେ ଯେ କହିବେ!ଏଥିରୁ ଅନୁମାନ କରାଗଲା ଦୁର୍ନୀତିର ଚରମ ସୀମା ରେ ପହଂଚି ଅଛି ସେହି NREGS କାମ!ଆମେ ଫୋନ ମାଧ୍ୟମ ରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ସିଲାରାଣୀ ସାହୁ ଙ୍କୁ ବୋର୍ଡ ଲେଖା ବାବଦରେ ପଚାରିଥିଲୁ ବୋର୍ଡ ରେ କିଛି ଲେଖାନାହିଁ ଡିମାଣ୍ଡ ଏକ ଲକ୍ଷ ଚଉଷଠି ହଜାର ଛଅ ଶହ ଅଠସ୍ତରୀ ଟଙ୍କା ଡିମାଣ୍ଡ ହୋଇ ସାରିଲାଣି କିନ୍ତୁ ସେ କହିଲେ ଲେଖାହେବ!ଏଣୁ ଏଥିରୁ ଅନୁମାନ କାମ ଦୁଇମାସ ଭିତରେ ଭୁଶୁଡି ପଡ଼ିଲାଣି କିନ୍ତୁ କେଉଁ ଉଦେଶ୍ୟ ରେ ବୋର୍ଡ ଲେଖାଯାଇନାହିଁ ତାହା ତଦନ୍ତ ସାପେକ୍ଷ ଓ଼ କାମ ର ତଦନ୍ତ ସାପେକ୍ଷ!ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜନସାଧାରଣ ରେ ଭିଜିଲାନ୍ସ ଦାବି ପାଇଁ ଦାବି ହୋଇଛି! ହିନ୍ଦୋଳ ରୁ ନିମାଇଁ ଚରଣ ସାମଲ