ରାଜ୍ୟ

ଜିଲ୍ଲାପାଳଙ୍କ ଦ୍ୱାରା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ନନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ର ସମସ୍ୟା ଆପତ୍ତି, ଅଭିଯୋଗ ଜଣାଇବା ପାଇଁ ଆସିଥିବା ୩୦ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟ୍ୟରୁ ୧୯ ଜଣଙ୍କର ବ୍ୟକ୍ତିଗତ ଅଭିଯୋଗ ରହିଥିଲାବେଳେ ୧୧ ଗୋଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓପିଡି ଅନ୍ୟା ଦାସ,ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଅଭିଯୋଗ ରେ ମୁଖ୍ୟତଃ ପାନୀୟଜଳ,ସ୍ଥାସ୍ଥ୍ୟ ସେବା,ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ,ବାଦ୍ଧକ୍ୟ ଭଭା,ଶିକ୍ଷା,ଜମିଜମା , ଏବଂ ଚାଷ ଜମି ରେ ଜଳ ସେଚନ ସମ୍ବନ୍ଧୀୟ ଅଭିଯୋଗ ଥିଲା। ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଆପତ୍ତି ଅଭିଯୋଗ ଶୁଣିବା ସହିତ ଏଥି ସମ୍ବଦ୍ଧିତ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦପେକ୍ଷ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୫ ଜଣ ବିଭିନ୍ନ ପ୍ରକାର ଭତ୍ତା ବାର୍ଦ୍ଧକ୍ୟ ଭତ୍ତା,ଦିବ୍ୟଙ୍ଗ ଭତ୍ତା, ବିଧବା ଭତ୍ତା ଏହି ପ୍ରକାରେ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ପ୍ରକାର ସମସ୍ୟାକୁ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଯୁଗ୍ମ ଶୁଣାଣି ଶିବିରରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷl ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼,ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ନନ୍ଦାହାଣ୍ଡି ତହସିଦାର ଡଃ. ବନମାଳୀ ମେହେର,ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ନବ କିଶୋର ବେହେରା ଏଡିସନାଲ ଏ ସ ପି,ପି କେ ପଟ୍ଟନାୟକ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ ସମିତି ର ସମସ୍ତ କର୍ମଚାରୀ ଏବଂ ପୋଲିସ ପ୍ରଶାସନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *