ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା,,,, ଗାଁ ଗହଳିରେ ତେଜୁଛି ରାଜନୀତି ଅନଲାଇନରେ ଚାଲିଛି ମିଛ ଅଭିଯୋଗ। —————————– ରଣପୁର, ନୟାଗଡ଼

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟ ପ୍ରତି ପଞ୍ଚାୟତରେ ପ୍ରକାଶ ପାଇବା ପରେ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ଯେଉଁଥିପାଇଁ ରଣପୁର ବ୍ଳକ୍ କାର୍ଯ୍ୟାଳୟ ଆଗରେ ଏକ ବିରାଟ ଗଣଧାରଣା ଦିଆଯାଇଥିଲା। ଏହି ଆବାସ କଳି ପାଇଁ ଗାଁ ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ବ୍ଳକ ମାନଙ୍କରେ ତେଜୁଛି ହିଂସାତ୍ମକ ରାଜନୀତି। କିଛି ଦିନ ତଳେ ପ୍ରତି ପଞ୍ଚାୟତରେ ପ୍ରକାଶ ପାଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟ। ସରକାରୀ ନିୟମ ଅନୁସାରେ ପାଇଥିବା ଯୋଗ୍ୟ ହିତାଧିକାରୀ ମାନେ ଏବେ ରାଜନୀତିର ଶିକାର ହେଉଥିବା ରଣପୁର ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରୁ ଅଭିଯୋଗ ହେଉଛି। ସୁଚନା ମୁତାବକ ଗଡବାଣିକିଲୋ ଗ୍ରାମ ପଞ୍ଚାୟତର ପବିତ୍ର ମୋହନ ପରିଡା,ନାରଣ ବେହେରା, ରାମଚନ୍ଦ୍ର ପରିଡ଼ା, ଗଣେଶ ଚନ୍ଦ୍ର ପରିଡା,ଦିବାକର ପରିଡ଼ା, ରତ୍ନାକର ପରିଡ଼ା ,ସୁକାନ୍ତ ଚନ୍ଦ୍ର ପାଇକରାୟ ଇତ୍ୟାଦି ଅନେକ ଙ୍କ ନାମରେ
ଅନଲାଇନ ମାଧ୍ୟମ ରେ ହିତାଧିକାରୀ ଙ୍କ ଯାନ ବାହାନ ଜମି ଜମା ସରକାରୀ ଚାକିରୀ ଇତ୍ୟାଦି ଅଛି କହି,, ନାମ କାଟିବା ପାଇଁ କିଛି ଅସାଧୁ ବ୍ୟକ୍ତି ମିଛ ଅଭିଯୋଗ କରୁଥିବାବେଳେ ,, ଏଠିସାଧାରଣରେ ପ୍ରଶ୍ନ ଉଠିଛି ସରକାରୀ ବାବୁ ମାନଙ୍କ ଦ୍ବାରା ଦୁଇଦୁଇଥର ତଦନ୍ତ କରାଯାଇ ପ୍ରକାଶିତ ହୋଇଥିବା ହିତାଧିକାରୀଙ୍କ ନାମ ଆଉ କେତେଥର ତଦନ୍ତର ପରିସରଭୁକ୍ତ ହେବ ? ତଦନ୍ତ କରୁଥିବା ପ୍ରଶାସନିକ ଅଧିକାରୀ ମାନେ ସେତେବେଳେ କ’ଣ ଭୁଲ୍ ତଥ୍ୟ ଦେଇଥିଲେ ? ଏବେ ତଦନ୍ତ କରୁଥିବା ପ୍ରଶାସନିକ ଅଧିକାରୀ ମାନେ କ’ଣ ସଠିକ୍ ରିପୋର୍ଟ ପ୍ରଦାନ କରିବେ ?ସେ଼ହିଭଳି
ଲୋଧାଚୁଆ ଗ୍ରାମ ପଞ୍ଚାୟତ ର ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ସ୍ଥାନ ପାଇଥିବା କ୍ରମିକ ସଂଖ୍ୟା ୩୧ ନମ୍ବରର ହିତାଧିକାରୀ ଅଭିରାମ ସ୍ବାଇଁ ଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ସ୍ବାଇଁ ଙ୍କ ବିରୋଧରେ ଏକ ମିଥ୍ୟା ଅଭିଯୋଗ ପାଇ ବ୍ଲକର ଏକ ତଦନ୍ତକାରୀ ଦଳଙ୍କ ଦାୟୀତ୍ୱହୀନ ତଦନ୍ତରେ ହିତାଧିକାରୀ ବାଦ ପଡିବାରୁ ଏହାର ପୁନଃ ତଦନ୍ତ ମୁକ୍ତ ହେବା ପରେ ରଣପୁର ବ୍ଲକ ଅଫିସିରେ ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି।ଅନଶନ କାରୀଙ୍କ ଦାବିକୁ ସ୍ଥାନୀୟ ପ୍ରଶାସନ ଗ୍ରହଣ କରି ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡିବାରେ ଆଜି ଜିଲ୍ଲାପାଳ ଏକ ୪ଜଣିଆ ଜିଲ୍ଲା ସ୍ତରୀୟ ଟିମି ଜରିଆରେ ଆନ୍ଦୋଳନ କାରିଙ୍କ ଘର ପ୍ରତ୍ୟକ୍ଷ ତଦନ୍ତ କରିବା ସହ ଅନଶନ କାରି କୃଷ୍ଣ ଚନ୍ଦ୍ର ସ୍ୱାଇଁ ଙ୍କୁ ବୁଝା ସୁଝା କରି ଦୁଇଦିନ ହେବ ଆମରଣ ଅନସନର ଅନ୍ତ ଘଟିଛି। ଏଥିପାଇଁ ସ୍ଥାନୀୟ ତାହସିଲ ଦାର ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା , ବି ଡି ଓ ଜ୍ୟୋତି ପ୍ରକାଶ ସେଠୀ, ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ଆନ୍ଦୋଳନ କାରୀଙ୍କ ପରିବାର ତରଫରୁ ଧନ୍ୟବାଦ ଦେଇଛନ୍ତି।ଏହି ଆନ୍ଦୋଳନକୁ ବିଭିନ୍ନ ଦଳ ସ୍ତରରୁ ସମର୍ଥନ ମିଳିବା ସହ କଂଗ୍ରେସ,ସି ପି ଆଇ (ଏମ) ର ନେତୃତ୍ୱ ମାନେ ସାମିଲି ଥିଲେ। ସାଧାରଣ ଗରୀବ ବାସହୀନ ପରିବାରକୁ ଯୋଗ୍ୟଭାବେ ଗ୍ରହଣ କରି ସମସ୍ତଙ୍କୁ ବାସ ଗୃହ ଯୋଗାଇ ଦେବାକୁ ଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *