ରାଜ୍ୟ

ଆଦିବାସୀ ଆଞ୍ଚଳ ରେ ପାଣି, ଆଲୋକ ନାହିଁ l

କୁକୁଡାଖଣ୍ଡି ::-ବିକାଶର ଅପହଞ୍ଚ ଲାଞ୍ଜିଆ ପଞ୍ଚାୟତ ବୁଦାଲୁଣ୍ଡି, ଭଗବାନପୁର ଆଦିବାସୀ ଅଞ୍ଚଳ ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟିନାହିଁ l କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବୁଦାଲୁଣ୍ଡି ଏବଂ ଭଗବାନପୁର ଆଦିବାସୀ ବହୁଳ ଗ୍ରାମରେ ବିକାଶ ଅପହଞ୍ଚ l ଗ୍ରାମରେ ପାନୀୟ ଜଳ, ଷ୍ଟ୍ରିଟଲାଇଟ, ପକ୍କାରାସ୍ତା, ଭଳି ଆଦିବାସୀ ଲୋକଙ୍କୁ ଆବାସ ଯୋଜନା ରେ ବଞ୍ଚିତ ଥିବା ଅଭିଯୋଗ ହୋଇଛି l କିନ୍ତୁ ଜନପ୍ରତିନିଧି ଏବଂ ପ୍ରଶାସନର ଆଦିବାସୀ ଇଲାକା ରହିଥିବା ରୁ ଦୃଷ୍ଟି ପଡୁନଥିବା କହିଛନ୍ତି ବୁଦାଲୁଣ୍ଡି ଏବଂ ଭଗବାନପୁର ଗ୍ରାମବାସି l ବୁଦାଲୁଣ୍ଡି ରେ ପାନୀୟ ଜଳର ଘୋର ଅଭାବ ୫ ଟି ଟ୍ୟୁବଲ ରହିଥିବା ବେଳେ ସେଥିମଧ୍ୟରୁ ୩ ଟି ଅଚଳ ରହିଥିବା ବେଳେ ୨ ଟି ରେ ସାମାନ୍ୟ ପାଣି ଆସୁଛି ତାହା ମଧ୍ୟ କଳଙ୍କିଯୁକ୍ତ ରହିଥିବା ରୁ କୂପ ପାଣି ଉପରେ ନିର୍ଭର ଯୋଗ୍ୟ l ଗାଁର ୩0ରୁ ଉର୍ଦ୍ଧ ପରିବାର ଏଥିସହ ଗ୍ରାମରେ ଥିବା ଅତି ଗରିବ ଶ୍ରେଣୀ ଲୋକଙ୍କୁ ଆବାସ ଯୋଜନା ରେ ମଧ୍ୟ ସମ୍ପୃକ୍ତି କରୁନଥିବା ରୁ କ୍ଷବ ପ୍ରକାଶ କରିଛନ୍ତି ଏହା ସହ ଗ୍ରାମ ମଝିରେ ଥିବା ଗୋଟେ ମାତ୍ର ହାଇମାକ୍ସ ଲାଇଟ ମଧ୍ୟ ଦୀର୍ଘ ୫ ମାସ ଧରି ଲାଗୁନଥିବା ରୁ ଅନ୍ଧାର ରେ ରହୁଥିବା କହିଛନ୍ତି ଅଞ୍ଚଳବାସି ପୂର୍ବରୁ ଯେପରି ଆଦିବାସୀ ଲୋକ ପାହାଡ଼ ଜଙ୍ଗଲ ଘେର ମଧ୍ୟରେ ଅନ୍ଧାର ପରିବେଶ ମଧ୍ୟରେ କାଳାତିପାତ କରୁଥିଲେ l ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ ସମାନ ଅବସ୍ଥା ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ରୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଅସହଯୋଗ କାରଣ ରୁ ସବୁ ସୁବିଧା ରୁ ବଞ୍ଚିତ ଥିବା ମତପ୍ରକାଶ କରିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ l ଖାଲି ସେତିକି ନୁହେଁ ନିର୍ବାଚନ ଆସିଲେ ବିଭିନ୍ନ ଡାହା ମିଛ କହି ପ୍ରଲଭୀତ କରି ଭୋଟ ହାତଉଛନ୍ତି ପରେ ସବୁ ପ୍ରତିଶୃତି ରେ ଅଟକିରହୁଥିବା କହିଛନ୍ତି l ସେହିପରି ଲାଞ୍ଜିଆ ପଞ୍ଚାୟତର ଭଗବାନପୁର ରେ ମଧ୍ୟ ପ୍ରାୟ ୫0ଘର ରହିଥିବା ବେଳେ ସେଠାରେ ମଧ୍ୟ ଜଳ ସଙ୍କଟ ଦେଖାଦେଇଛି ଟ୍ୟୁବଲ ରହିଛି କିନ୍ତୁ ଅଚଳା ଅବସ୍ଥା ରେ ରହିଛି l ଯେଉଁ ୨ ଟି ସ୍ୱଚଳ ଅବସ୍ଥା ରେ ରହିଛି ତାହା ବି ବହୁବାର ଟକଟକ କଲେ ପାଣି ଆସୁଛି l ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲାଗିଛି ତାହା ବି ମରାମତି ଅଭାବ ରୁ ଖତଖାଇ ଠପ ହୋଇଛି l ଗାଁ କୁ ଯିବା କୁ ରାସ୍ତା ଦୟନୀୟ ଅବସ୍ଥା ରେ ରହିଛି l ବର୍ଷା ଦିନ ଆସିଲେ ଗାଁ ମୁହଁ ର ଅବସ୍ଥା କହିଲେ ନସରେ l ଷ୍ଟ୍ରିଟ ଲାଇଟ ର ଘୋର ଅଭାବ ପରିଲକ୍ଷିତ ହୋଇଛି l ଏପରି ସ୍ଥାନ ରେ ଅସୁବିଧା କହିଲେ ନସରେ କହିଛନ୍ତି ଗ୍ରାମବାସୀ lବିଡିଓ ପଲ୍ଲବି ସ୍ୱାଇଁ କହିଛନ୍ତି ଅଭିଯୋଗ ଆସିନି ଏହାର କାର୍ଯ୍ୟ ପଂଚାୟତ କରିବ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *