ରାଜ୍ୟ

ଧାନତଳିକୁ ଘାସ ମୋରା ଔଷଧ ଦେଇ ମାରିଥିବା ଅଭିଯୋଗ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ସପରିବାର

ନବରଙ୍ଗପୁର- ଜମିରେ ଧାନ ତଳି ପକାଇଥିଲେ ,ଘାସ ମରା ଔଷଧ ଦେଇ ଧାନ ତଳିକୁ ମାରିଦେଲେ କିଛି ଲୋକ ।ଜମିପାଇଁ ଝଗଡା ହୋଇ କରିଛନ୍ତି ଏପରି ହିଁ ହୀନ କାର୍ଯ୍ୟ ।ଥାନା ଓ ତହସିଲଦାର ଙ୍କ ବାରମ୍ବାର ଦ୍ଵାରସ୍ଥ ହୋଇ କିଛି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କ ପାଖକୁ ଛୁଆପିଲା ଧରି ଅଭିଯୋଗ କରିବାକୁ ଆସିଛନ୍ତି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ବୁଆଲିବେଡା ଗ୍ରାମରେ ।ସୂଚନାପ୍ରକାରେ ବୁଆଲିବେଡା ଗ୍ରାମର ଡ଼ମ୍ବୁରୁ ଗୌଡ଼ ତାଙ୍କ ବାପାଙ୍କ ନାମରେ ଜମି ରହିଛି ।ଅନେକ ଦିନରୁ ଏହି ଜମିରେ ସେମାନେ ଚାଷ କରୁଛନ୍ତି । ଉକ୍ତ ଚାଷ ଜମିରେ ଚାଷ କରିବାକୁ ଧାନ ତଳି ପକାଇଥିଲେ ।ଗତ ୧୦ ତାରିଖରେ ଉକ୍ତ ଗ୍ରାମର କିଛି ଲୋକ ଘାସ ମୋରା ଔଷଧ ପକାଇ ଧାନ ତଳିକୁ ନଷ୍ଟ କରିଛନ୍ତି ।ଏପରି ଅଭିଯୋଗ କରିଛନ୍ତି ଡମ୍ବୁରୁ ଗୌଡ଼ ।ଥାନାରେ ଓ ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ କଲେ ବି କୌଣସି ପ୍ରକାର ନ୍ୟାୟ ମିଳି ନ ପାରିବାରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସପରିବାର ଏକ ଲିଖିତ ଅଭିଯୋଗ କରିବାକୁ ଆସିଛନ୍ତି ।ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଠାରେ ହିଁ ରହିବୁ ବୋଲି କରିଛନ୍ତି ଅଭିଯୋଗ କାରୀମାନେ ।ଅଭିଯୋଗ କାରୀ କହିବା ପ୍ରକାରେ ୮ ପ୍ୟାକେଟ ଧାନ ତଳି ପକାଇଥିଲେ ।ଦୀର୍ଘ ବର୍ଷ ହେଲା ଆମେ ହିଁ ଚାଷ କରୁଛନ୍ତି ।ଆମ ଜମିକୁ ଚାଷ କରିବାକୁ ଦିଆଯାଉ ଓ ଯେଉଁ ମାନେ ଆମ ଧାନ କୁ ନଷ୍ଟ କରିଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାକୁ ଛୁଆପିଲା ଧରି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିଛୁ ବୋଲି କହିଛନ୍ତି ସପରିବାର । ଦିନ ସାରା ରହି ମଧ୍ୟ ଡମ୍ବୁରୁ ଗୌଡ଼ ଓ ତାଙ୍କ ପରିବାର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ପାରି ନ ଥିଲେ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ହିଁ ପରିବାର ସହ ରହିବୁ ବୋଲି କହିଛନ୍ତି ଡମ୍ବୁରୁ ଗୌଡ଼ । ଖବର ଲେଖା ବେଳକୁ ଜିଲ୍ଲାପାଳଙ୍କ ସହ ସେମାନଙ୍କର ସାକ୍ଷାତ ହୋଇ ପାରି ନ ଥିଲା ।

Leave a Reply

Your email address will not be published. Required fields are marked *