ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି
ମାଲକାନଗିରି।ତା:୧୮/୦୭
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଘରୁ ବାହାରିବା ସମ୍ଭବ ପର ହୋଇ ପାରୁ ନାହିଁ। ନିହତ ଜରୁରୀ କାମ ଥିଲେ ଲୋକମାନେ ବର୍ଷାରେ ଭିଜି ଭିଜି ବାହାରକୁ ବାହାରୁଛନ୍ତି। ଗତ କାଲି ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀଗୁଡିକରେ ଜଳପତ୍ତନ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କୃଷି କାର୍ଯ୍ୟ ପାଇଁ ଏହି ବର୍ଷା ର ଆବଶ୍ୟକତା ରହିଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହେବାର ଦେଖା ଦେଇଛି। ସ୍କୁଲ ଗୁଡ଼ିକ ଲଗାଣ ବର୍ଷାରେ ଖୋଲା ଥିବାରୁ ଛୋଟ ଛୋଟ ପିଲାମାନେ ଓଦା ସରସରରେ ଯାଉଥିବା ଦେଖା ଦେଇଛି, ଯାହାକି ଆଗକୁ ଥଣ୍ଡା କାଶ ଜ୍ଵର ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।
ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୪୪୨.୩ ମିମି ବର୍ଷା ହୋଇଛି। ମାଲକାନଗିରି ବ୍ଲକ ରେ ୫୬ ମିମି, ମାଥିଲି ବ୍ଲକ ରେ ୯୮ ମିମି, ଖଇରପୁଟ ବ୍ଲକ ରେ ୧୦୭ ମିମି, ଚିତ୍ରକୋଣ୍ଡା ବ୍ଲକ ରେ ୬୦ ମିମି, କୋରୁକୋଣ୍ଡା ବ୍ଲକ ରେ ୬୨ ମିମି ବର୍ଷା, କାଲିମେଳା ବ୍ଲକ ରେ ୩୦ ମିମି, ପଡ଼ିଆ ବ୍ଲକ ରେ ୨୯.୩ ମିମି ବୃଷ୍ଟିପାତ ହୋଇଛି। ଜିଲ୍ଲାରେ ଆଜି ହାରାହାରି ୬୩.୧୯ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି।