ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ କଳସ ଶୋଭାଯାତ୍ରା I
ସମ୍ବଲପୁର,:
ସମ୍ବଲପୁର ସହର ଦାନୀପାଲି ଠାରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ଗୁରୁବାର ଅପରାହ୍ନ ୩ ଟା ସମୟରେ ସ୍ଥାନୀୟ ମହାନଦୀ ବାଲିବନ୍ଧା ଘାଟରୁ ୧ ହଜାରରୁ ଉର୍ଦ୍ଧ ଜଣ ମହିଳା କଳସରେ ଜଳ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ରିଂ ରୋଡ଼, କୁଞ୍ଜେଲପଡା, ମୋଦିପଡା, ଚର୍ଚ୍ଚଛକ, ବୁଢ଼ାରଜା, ଶାନ୍ତିନଗର, ଭୀମଭୋଇ ପାର୍କ,ଦାନୀପାଲି ଦେଇ ଘଣ୍ଟବାଦ୍ୟ, ସଂକୀର୍ତନ୍ୟ, ସମ୍ପର୍ଦା ଓ ଦୁଲୁଦୁଲି ବାଜା ସହ ନଗର ପରିକ୍ରମା କରି ମନ୍ଦିର ପ୍ରତିଷ୍ଠା ସ୍ଥାନକୁ ପହଞ୍ଚି ଥିଲେ I ଏଥିରେ ହାରାଧନ ପ୍ରଧାନ ଓ ତାଙ୍କର ପତ୍ନୀ ଯଶୋବନ୍ତି ନାୟକଙ୍କ ସମେତ ସପତ୍ନୀକ ଦେଵାତ୍ତମ ପ୍ରଧାନ ଓ ବାସନ୍ତୀ ପ୍ରଧାନ, କୁଷ୍ଣ ପ୍ରସାଦ ପାତ୍ର ଓ ସୁକାନ୍ତି ଗର୍ତିଆ, ମଞ୍ଚନ ପ୍ରଧାନ ଓ ମିନତୀ ପ୍ରଧାନ, ଛେଲିଆ ପ୍ରଧାନ ଓ କୁମୁଦିନୀ ପ୍ରଧାନ, ମୁରଲୀଧର ପ୍ରଧାନ ଓ ବାସନ୍ତୀ ପ୍ରଧାନ, ରାମ ପ୍ରସାଦ ପାତ୍ର ଓ ସାବିତ୍ରୀ ପାତ୍ର, ତେଜରାଜ ପାତ୍ର ଓ ସୁଜାତା ପାତ୍ର, ଭାଗିରଥି ସାହୁ ଓ ଅହଲ୍ୟା ସାହୁ, ଶଶାଙ୍କ ଶେଖର ପ୍ରଧାନ ଓ ସୁମନ ପ୍ରଧାନ ସମୁଦାୟ ୧୦ ଯୋଡ଼ା ପତି ପତ୍ନୀ କର୍ତ୍ତା କର୍ତ୍ତୀ ଦାୟିତ୍ୱ ତୁଲାଉଛନ୍ତି I ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସହିତ ଆସନ୍ତାକାଲି ୨୭ ତାରିଖ ଶୁକ୍ରବାର କୁଲତା ସମାଜର ୨୫ତମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ I ଏହି ଧାର୍ମିକ କାର୍ଯ୍ୟକୁ ଆୟୋଜନ ଓ ପରିଚାଳନାରେ ପ୍ରସମ୍ବଲପୁର କୁଲତା ସମାଜର ସଦସ୍ୟ ଗଣ ସକ୍ରିୟ ସହାୟତା କରୁଛନ୍ତି। ଏହି ମନ୍ଦିର ପ୍ରତିଷ୍ଠା ସକାଶେ ସମଗ୍ର ଦାନୀପାଲି ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି I ବିଶିଷ୍ଟ ପଣ୍ଡିତ ସିଦ୍ଧି ମହାପାତ୍ର ଙ୍କ ସମେତ ୧୦ ଜଣ ପଣ୍ଡିତ ପୂଜାକାର୍ଯ୍ୟ କରୁଛନ୍ତି I