ଖଣି ବିଭାଗ ଦ୍ଵାରା ଲକ୍ଷାଧିକ ଟଙ୍କାର ଚୋରା ଖଣିଜ ଯବତ୍ ,,,,
ଯୋଡା,୧୮/୦୭(ପର୍ଯ୍ୟବେକ୍ଷକ)କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ପୁଣି ଖଣି ଚୋର ଙ୍କ ଉତ୍ପାତ ବଢିବାରେ ଲାଗିଛି, ଯେତେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କଲେ ସୁଦ୍ଧା ଚୋର ଖଣିଜ ଚୋରି କରିବାକୁ ପଛାଉନାହାନ୍ତି, ଏମିତି ଏକ ଘଟଣା ଘଟିଛି ଯୋଡା ଖଣି ମଣ୍ଡଳ ରେ, ଖଣି ବିଭାଗ ପକ୍ଷରୁ ବାରମ୍ବାର ଚେକିଂ ହେଉଥିଲେ ମଧ୍ଯ କିଛି ନା କିଛି ଗଳାବାଟ ବାହାର କରି ପକାଉଛନ୍ତି ଖଣିଜ ଚୋର, ପୂର୍ବରୁ ଡୁପ୍ଲିକେଟ ଚାଲାଣ, ଡୁପ୍ଲିକେଟ ଟିପି ବ୍ୟବହାର କରି ଧରା ପଡ଼ିବା ପରେ ଟ୍ରାନ୍ଜିଟ୍ ପାସ ର କ୍ୟୁଆର୍ କୋଡ଼ ର ମଧ୍ଯ ଡୁପ୍ଲିକେଟ ବାହାର କରି ଚୋରି କରୁଥିବା ଦେଖିବାକୁ ମିଳିଛି ମିଳିଥିବା ତଥ୍ଯ ଅନୁଯାୟୀ,ସୋମବାର ବିଳମ୍ବିତ ସନ୍ଧ୍ୟାରେ ୫୨୦ନଂ ଜାତୀୟ ରାଜପଥର ଟୋଲଗେଟ ନିକଟରେ ଖଣି ବିଭାଗ ଖଣିଜ ବୋଝେଇ ଗାଡ଼ି ର ନଥିପତ୍ର ଯାଞ୍ଚ କରୁଥିବା ବେଳେ ଏକ ଟ୍ର।ଞ୍ଜିଟ ପାସ କୁ ଦେଖି ବିଭାଗୀୟ ଅଧିକାରୀ ମାନେ ସନ୍ଦେହ କରିଥିଲେ ।ପରେ ଟ୍ରକ୍ ର ଟ୍ର।ଞ୍ଜିଟ ପାସ ରେ ଥିବା କ୍ୱିଆର୍ କୋଡ କୁ ସ୍କାନ କରିଥିଲେ ।ଏହା ମଧ୍ୟ ମେଳ ଖାଇ ଯାଇଥିଲା ।ତେବେ ଆଇଥ୍ରି ଏମ୍ଏସ ପ୍ରଯୁକ୍ତି ବିଦ୍ୟା କୌଶଳରେ ଟ୍ରାଞ୍ଜିଟ୍ ପାସ ରେ ଥିବା ଅନୁମୋଦନ ସଂଖ୍ୟ। କୁ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡିଥିଲା ।ଖଣିଜ ଚୋରମାନେ ଅତି କୌଶଳ ର ସହିତ କ୍ୱିଆର୍ କୋଡ କୁ ମଧ୍ୟ ଡୁ ପ୍ଲିକେଟ କରି ଦେଉଥିବା ବିଭାଗ ଜାଣିବାକୁ ପାଇଛି । ଜବତ ହୋଇଥିବା ଟ୍ରକ୍ ନଂ ଓ ଡି ୦୯ ଭି ୦୬୫୩ ରେ ପ୍ରାୟ ୩୨ ମେଟ୍ରିକ୍ ଟନ୍ ସାଇଜ୍ଡ ଲୁହାପଥର ବୋଝେଇ ହୋଇଥିବା ବେଳେ ନକଲି ଟ୍ର।ଞ୍ଜିଟ ପାସ ରେ କୋଇଡା ଖଣି ମଣ୍ଡଳ ର ରୁଙ୍ଗଟା ଖଣି ରୁ ବୋଝେଇ ହୋଇ ଥିବା ଲେଖା ରହିଥିଲା ।ହେଲେ ଏହି ଲୁହାପଥର ଝାଡଖଣ୍ଡ ରାଜ୍ୟ ର କାଣ୍ଡ ର। ସ୍ଥିତ ଏକ କାରଖାନା କୁ ଯାଉ ଥିଲା ।ତେବେ ତଦନ୍ତ ରୁ ଖଣି ବିଭାଗ ଜାଣି ବାକୁ ପାଇଛି ଯେ,ଏହି ଲୁହାପଥର ଅନ୍ୟ ଏକ ଖଣି ରୁ ବୋଝେଇ ହୋଇ ପରିବହନ ହେଉଥିଲା ।ତେବେ ଖଣି ଅଞ୍ଚଳରେ ଖଣିଜ ଚୋରିକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଟିମ୍ ପଠାଇଛନ୍ତି ଯାହା ଆଗକୁ ଖଣିଜ୍ ଚୋରି ହେବାରେ ସାହାଯ୍ଯ କରିବା ସହ ପୂର୍ବରୁ ଗଚ୍ଛିତ ହୋଇ ରହିଥିବା ପରିତ୍ୟକ୍ତ ଖଣି ଗୁଡିକ ଉପରେ ନିଜର ରଖିବ ବୋଲି ଜଣାପଡିଛି,,