ଟାଟା ଷ୍ଟିଲ ଲୋଙ୍ଗ ପ୍ରଡକ୍ଟ ରେଳ ସାଇ ଡିଂ ରେ ନିଯୁକ୍ତି କୁ ନେଇ ଉତ୍ତେଜନା
ଠିକା ସଂସ୍ଥା କର୍ମଚାରୀ ଙ୍କ ଦ୍ଵାରା ସମିତି ସଭ୍ୟ ଙ୍କୁ ଆକ୍ରମଣ ଉଦ୍ୟମ,,
ଯୋଡା,୧୨/୦୭(ପର୍ଯ୍ୟବେକ୍ଷକ )କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିଲେଇ ପଦା ସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ କମ୍ପାନୀ ର ରେଳ ସାଇ ଡ଼ିଂ ରେ ସ୍ଥାନୀୟ ନିଯୁକ୍ତି କୁ ନେଇ ଉତ୍ତେଜନା ଦେଖା ଦେଇଛି ।ରେଳ ସାଇଡିଙ୍ଗ ଠିକା ସଂସ୍ଥା ର ଜଣେ କର୍ମଚାରୀ ବିରିକଳ। ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ଙ୍କୁ ପଥର ରେ ଆକ୍ରମଣ ଉଦ୍ୟମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ଖବର ନେବାରୁ ଜଣାପଡିଛି ଯେ, ଗତ ଏକ ମାସ ହେବ ଉକ୍ତ ରେଳ ସାଇଡିଙ୍ଗ ରେ କମ୍ପାନୀ ପକ୍ଷରୁ ଲୋଜିଷ୍ଟିକ ସୋଲୁସନ ନାମକ ଠିକା ସଂସ୍ଥା କୁ କାର୍ଯ୍ୟାଦେଶ ଦିଆଯାଇଛି ।ଠିକା ସଂସ୍ଥା ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବାରମ୍ବାର ଦାବି କରାଯାଉଥିଲା । ଏ ନେଇ ମଙ୍ଗଳ ବାର ସନ୍ଧ୍ୟ।ରେ ଆଲୋଚନା କରିବା ପାଇଁ ସ୍ଥାନୀୟ ଲୋକେ ଯାଇଥିବା ସମୟରେ ସମିତି ସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ଙ୍କୁ ଠିକା ସଂସ୍ଥା ର କର୍ମଚାରୀ କ୍ଷିରୋଦ ଗୋପ ନିଯୁକ୍ତି ଦାବି ଆଲୋଚନା କୁ ଏଡାଇ ଦେଇଥିଲେ ଏବଂ ତାଙ୍କୁ ଅଶ୍ର।ବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପଥରରେ ଆକ୍ରମଣ ଉଦ୍ୟମ କରିଥିଲେ ।ଏହାକୁ ନେଇ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ବୁଧବାର ଉତ୍ୟକ୍ତ ସ୍ଥାନୀୟ ଲୋକେ ରେଳ ସାଇଡିଙ୍ଗ ର ପରିବହନ ଓ ଲୋଡିଙ୍ଗ କାର୍ଯ୍ୟକୁ ବନ୍ଦ୍ କରି ଦେବା ଫଳରେ ରେଳ ସାଇଡ଼ିଙ୍ଗ ରେ କମ୍ପାନୀ ର ସମ୍ପୂର୍ଣ କାର୍ଯ୍ୟ ବନ୍ଦ୍ ହୋଇ ଯାଇଥିଲା । ଏ ସମ୍ପର୍କରେ କମ୍ପାନୀ ର କର୍ପୋରେଟ ଅଧିକାରୀ ରାଜେଶ୍ ଦାସ ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ସ୍ଥାନୀୟ ନିଯୁକ୍ତି ସମସ୍ୟା ର ସମାଧାନ ପାଇଁ ଏକ ଆଲୋଚନା ବୈଠକ କରାଯାଇ ନିଷ୍ପତି ନିଆଯିବ ।ତେଣେ କମ୍ପାନୀ ର ରେଳ ସାଇଡୀଙ୍ଗ ବିବାଦ ଥମିବାର ନାମ ନେଉନାହିଁ । ପ୍ରିନ୍ସିପ।ଲ୍ ଏମ୍ପ୍ଲୟର ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ଠିକାଦାର ବଦଳାଇ ବିବାଦରୁ ବର୍ତିବ। ପାଇଁ କାର୍ଯ୍ୟାଦେଶ ବଦଳାଉ ଅଛି । ଏ ନେଇ ଅତୀତରେ ବ୍ରଜ ମାଇନିଂ ସଂସ୍ଥା ରେ ରେଳ ସାଇଡିଙ୍ଗ ଶ୍ରମିକ ଅଶାନ୍ତି ଦେଖା ଦେଇଥିଲା ।ତତ୍ପଶ୍ଚାତ କମ୍ପାନୀ ଲଜିଷ୍ଟିକ୍ ସୋଲୁସନ ନାମକ ଠିକା ସଂସ୍ଥା କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଜାରି କରିଥିଲା ।ଏଣୁ ଶ୍ରମିକଙ୍କ ତଥା ସ୍ଥାନୀୟ ନିଯୁକ୍ତି କୁ ନେଇ ଆନ୍ଦୋଳନ ଥମିବ। ପରିବର୍ତ୍ତେ ଜାରି ରହିଛି ।