ହୁମ୍ମା ଓଭରବ୍ରିଜ ନିର୍ମାଣ ବିଳମ୍ବ, ଲୋକେ ହନ୍ତସନ୍ତ
ବାରମ୍ବାର ନକ୍ସା ପରିବର୍ତ୍ତନ, ଗଲାଣି ଅନେକ ଜିବନ।
ଗଂଜାମ,୧୯/୦୭: ଚିନ୍ତା ବଢ଼ାଉଛି ଗଂଜାମ ବ୍ଲକ୍ ଅନ୍ତର୍ଗତ ଏନ୍.ଏଚ୍ -୧୬ ହୁମ୍ମା ଛକ ଠାରେ ନିର୍ମାଣଧୀନ ଓଭର ବ୍ରିଜ। କାର୍ଯ୍ୟରେ ମନ୍ଥରତାକୁ ନେ଼ଇ ବଢୁଛି ସମସ୍ୟା। ବ୍ରିଜ ନିର୍ମାଣ କାର୍ଯ୍ୟ ଆଜିକୁ ପ୍ରାୟ ଚାରି ବର୍ଷ ହେବ ଚାଲୁଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ସରିପାରିଲା ନାହିଁ। ଫଳରେ ହୁମ୍ମା ପାଣ୍ଡି ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ବ୍ରିଜ ନିର୍ମାଣ ବିଳମ୍ବ ହେତୁ ଏହି ରାସ୍ତାରେ ଦୁର୍ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ବାଟରେ ଅଟକି ରହୁଛି । ହୁମ୍ମା, ପାଳିବନ୍ଧ, ସୁବଳୟା ଏବଂ ମଲାଡ ପଞ୍ଚାୟତ ବାସୀ ନିତିଦିନିଆ କାର୍ଯ୍ୟ ପାଇଁ ହୁମ୍ମା ବଜାର ଉପରେ ନିର୍ଭରଶୀଳ। ହୁମ୍ମା ହାଟ, ପୋଷ୍ଟ ଅଫିସ, ମେଡ଼ିକାଲ, ପୋଲିସ ଫାଣ୍ଡି, ଆର.ଆଇ ଅଫିସ୍, ସ୍କୁଲ, କଲେଜ, ମନ୍ଦିର ଏବଂ ବିଭିନ୍ନ ବ୍ୟାଙ୍କ୍ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯାତାୟତ କରନ୍ତି। ସେପଟେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ନିଜସ୍ୱ ଉଦ୍ୟମରେ ବାଉଁଶ ପାଚେରୀ ଓ ବୋର୍ଡ଼ ଲଗାଇଥିବା ହୁମ୍ମା ପାଣ୍ଡି ଅଧିକାରୀ ଦେବବ୍ରତ୍ତ ପ୍ରିୟଦର୍ଶୀ କହିଛନ୍ତି। ଦୁଇ ଦୁଇ ଥର ନକ୍ସା ପରିବର୍ତ୍ତନ କରାଗଲାଣି । ପ୍ରତ୍ୟେକ ଦିନ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟ ଶେଷ ନ କରି ଆଖି ବୁଝିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଯଦି ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରି ନିର୍ମାଣ କାର୍ଯ୍ୟ ଶେଷ ନ କରେ ତେବେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି।