ମିଶନ୍ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁକ୍ତା ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ।
ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହରେ ଠାରେ ମିସନ୍ ଶକ୍ତି ଗୋଷ୍ଠୀ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ନେଇ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ମୁକ୍ତା ଯୋଜନା କାର୍ଯ୍ୟକମ ରେ ନୂଆପଡ଼ା ନଗରପାଳ ମହମ୍ମଦ ଆଦମ ସଭାପତିତ୍ଵ କରିଥିବା ବେଳେ ବିଧାୟକ ପ୍ରତିନିଧି ଭାବେ ହରିଶ୍ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ସେହିପରି ନୂଆପଡ଼ା ପିଡିଡିଆରଡିଏ ନିର୍ଦ୍ଦେଶିକା ମଧୁଛନ୍ଦା ସାହୁ ଉପସ୍ଥିତ ରହିଥିବା ବେଳେ
ରାଜ୍ଯ ରୁ ଦୁଇ ଜଣ ପ୍ରତିନିଧି ଉପସ୍ଥିତ ଥିଲେ ।
ସେମାନେ ହେଲେ ସନ୍ତୋଷ ମହାପାତ୍ର ଓ ଉପହାର୍ ବେହେରା ସାମିଲ ଥିଲେ ଏହା ବ୍ୟତୀତ ନୂଆପଡ଼ା ପୌର ପରିଷଦ ର 14 ଟି ୱାର୍ଡ ର କାଉନସିଲର ଓ ମିସନ୍ ଶକ୍ତି ର ଏସ୍ଏଚ୍ଜି ମହିଳା ସଙ୍ଗଠନ ଉପସ୍ଥିତ ଥିଲେ।
ମଂଚ ପରିଚାଳନା କରିଥିଲେ ଯାଜ୍ଞସେନୀ ମହାପାତ୍ର ସହଯୋଗ କରିଥିଲେ ଉର୍ବଶୀ ପାଣିଗ୍ରାହୀ (ସିଇଓ)
ସଭାକାର୍ଯ୍ୟ ଆରମ୍ଭ ରୁ ମୁକ୍ତା ଟିମ୍ ର ଆଶିଷ ରଞ୍ଜନ ଖମାରି ଅତିଥି ଓ ପ୍ରତିନିଧି ମାନଙ୍କୁ ପ୍ରଥମେ ସ୍ୱାଗତ୍ କରିଥିଲେ। ନୂଆପଡ଼ା ପୌର ସଂସ୍ଥା ପାଇଁ ରାଜ୍ଯ ସରକାର ଦ୍ଵାରା ଆର୍ଥିକ 2023_ 2024 ବର୍ଷ ପାଇଁ ନୂଆପଡ଼ା ସହର କୁ ସୌନ୍ଦର୍ଯ୍ୟ କରିବା ପାଇଁ 22 ଟି ପ୍ରକଳ୍ପ ପାଇଁ 1 କୋଟି 54 ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଛି।
ପ୍ରକଲ୍ପ ମାନଙ୍କ ରେ ସାମିଲ କରାଯାଇଥିବା ଶିଶୁ କ୍ରୀଡା ଉଦ୍ୟାନ, ସହର ର ସୌନ୍ଦର୍ଯ୍ୟ କରଣ,ପରିସ୍ରାଗାର, ପାର୍କ, ୱାକିଟ୍ରକ୍ ପବ୍ଲିକ୍ ଜିମ୍,ଖୋଲା ସ୍ଥାନ ରେ ଉନ୍ନତି କରଣ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି, ।ନୂଆପଡ଼ା ପୌର ସଂସ୍ଥା ର ସମସ୍ତ ଅଧିକାରୀ ଙ୍କ ମଧ୍ୟ ରୁ ସୁମନ ପାତ୍ର, ସମ୍ବିତ୍ ସାମଲ ସାମିଲ ରହିଥିଲେ।
ଅଧିକାରୀ ମାନେ ସମସ୍ତ ମହିଳା (ଏସ୍ ଏଚ୍ ଜି)
ଙ୍କୁ ମୁକ୍ତା ଯୋଜନା ରେ କେଉଁ ପ୍ରଣାଳୀ ରେ କାମ କରିବେ ସେନେଇ ଆଜି ଦକ୍ଷତା ତାଲିକା ଦିଆଯାଇଥିଲା।
ସଭା ଶେଷରେ ମୁକ୍ତା ଟିମ୍ ର ଆଶିଶ ରଞ୍ଜନ ଖମାରି ଧନ୍ୟବାଦ ଦେଇ ସଭା କୁ ଭଙ୍ଗ କରିଥିଲେ।