ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ମାଳିଆମ୍ବ
ନବରଙ୍ଗପୁର- ସରକାରଙ୍କ ଅନେକ ପ୍ରକାର ଯୋଜନା ରହିଛି ।ଶିଶୁ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ,ଶିକ୍ଷା ହେଉ କି ମୌଳିକ ସୁବିଧା ହେଉ ଆଜିବି ବଞ୍ଚିତ ଲୋକେ ।ଆଜିବି ଏମିତି ଏକ ଗାଁ ରହିଛି ଯେଉଁ ଗାଁର ଲୋକେ ବିଦ୍ୟୁତର ଆଲୋକ ଦେଖିପାରି ନାହାନ୍ତି ।ଲୋକଙ୍କ ସୁବିଧା ନିମନ୍ତେ ସରକାର ଅନେକ ଯୋଜନା କଲେ ବି ଯୋଜନା ଯୋଜନା ରେ ହିଁ ରହିଯାଉଛି ।ପାଇ ପାରି ନାହାନ୍ତି ସରକାରଙ୍କ ମୌଳିକ ସୁବିଧା ।ଘଞ୍ଚ ଜଙ୍ଗଲ ଘେରା ବଣ ପାହାଡ଼ ଘେରରେ ରହନ୍ତି ୩୦ ରୁ ୩୫ ପରିବାର ।ସରକାରଙ୍କୁ ଅନେକ ଦିନରୁ ମୌଳିକ ସୁବିଧା ପାଇବାକୁ ଦାବି କରି ଆସୁଥିଲେ ସୁଦ୍ଧା କିଛି ବି ପାଇ ନାହାନ୍ତି ଏହି ଗାଁ ଲୋକେ ।ନିର୍ବାଚନ ହେଲେ ନେତା ,ମନ୍ତ୍ରୀଠୁ ଆରମ୍ଭ କରି ସମସ୍ତ କୁଜି ନେତା ମଧ୍ୟ ପାଦ ଦେଇଥାନ୍ତି ।କିନ୍ତୁ ନିର୍ବାଚନ ଶେଷ ହେଲା ପରେ ଏମାନଙ୍କ ପାଦ ପଡେନି ।ଏମିତି ଏକ ଅପହଞ୍ଚ ଗାଁ ରହିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନ ବାରଲୀ ପଞ୍ଚାୟତର ମାଳିଆମ୍ବ ଗ୍ରାମ ।ଦୀର୍ଘ ୨୦ ରୁ ୨୦ ବର୍ଷ ହେଲା ରହି ଆସୁଛନ୍ତି ଏହି ଗାଁର ବାସିନ୍ଦା।ଏହି ଗାଁରେ ରହିଛି ଅନେକ ଅସୁବିଧା ,ତଥା ପାନୀୟଜଳ, ଅଲୋକୀକରଣ,ବିଦ୍ୟାଳୟ ଓ ଅଙ୍ଗନବାଡି ଗୃହ ।ନଳକୂପ ଅଛି ହେଲେ ନ ଥିଲା ସହିତ ସମାନ ।ସଲାର ମାଧ୍ୟମରେ ପାନୀୟ ଜଳ ର ବ୍ୟବସ୍ଥା ଥିଲା ତାହା ଏବେ ଅଚଳ ଅବସ୍ଥାରେ ।ପ୍ରତ୍ୟକ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ରହିଥିବା ପରିପ୍ରେକ୍ଷୀରେ ଏହି ଗାଁ କିନ୍ତୁ ଅନେକ ଦିନରୁ ବାସ କରୁଥିଲେ ସୁଦ୍ଧା ଆଲୋକର ବ୍ୟବସ୍ଥା କରାଯାଇ ନାହିଁ ।ଯା ଫଳରେ ଲୋକମାନେ ସନ୍ଧ୍ୟା ହେଲେ କାଠ ଜାଳି ସେହି ଆଲୋକରେ ହିଁ ଘର କାମ କରିଥାନ୍ତି ।ଆଜିକାଲି ମୋବାଇଲର ଚାହିଦା ବେଶ ରହିଥିବା ବେଳେ ଏହି ଗାଁର ଲୋକ ମୋଇଦଲପୁର କୁ ଆସି ଚାର୍ଜ କରିଥାନ୍ତି ।ଗାଁ ଲୋକ କହିବା ପ୍ରକାରେ ଏହି ଗାଁ ରେ ୨୦ ରୁ ୨୫ ଜଣ ପାଠ ପଢିବା ପୁଅଝିଅ ଅଛନ୍ତି କିନ୍ତୁ ଗାଁ ରେ ବିଦ୍ୟାଳୟ ନ ଥିବାରୁ ଘଞ୍ଚ ଜଙ୍ଗଲ ଘେରା ଭିତରେ ତିନି କିମି ଖଜୁରୀ ଗ୍ରାମକୁ ଯାଇ ପାଠ ପଢୁଛନ୍ତି ।ଶିଶୁ ପ୍ରକଳ୍ପ ବିଭାଗ ତରଫରୁ ଅଙ୍ଗନବାଡି କାର୍ଯ୍ୟ ଚାଲିଛି ଓ କର୍ମୀ ବି ସହି ଗାଁରେ ଅଛନ୍ତି ।ହେଲେ ଦୁଃଖ ର ବିଷୟ ଏହି ଗାଁରେ ଅଙ୍ଗନବାଡି ଗୃହ ନାହିଁ । ଗୋଟିଏ ଘରେ ଅଙ୍ଗନବାଡି ଚାଲିଛି ବୋଲି କହିଛନ୍ତି ଗାଁ ଲୋକେ ।ଏମିତି ଅସୁବିଧାର ସମ୍ମୁଖୀନ ହୋଇ ବି ଜୀବନ ବିତାଉଥିବା କହିଥିଲେ ଗ୍ରାମବାସୀ ।ବାରମ୍ବାର ପ୍ରଶାସନ ପାଖେ ଗୁହାରି କଲେ ବି କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଏହି ମାଳିଆମ୍ବ ଗ୍ରାମବାସୀ ।ସରକାରଙ୍କ ମୌଳିକ ସୁବିଧା ସମସ୍ତେ ପାଇବା ନିହାତି ଜରୁରୀ ଅଟେ ଏଣୁ ଆମ ଗ୍ରାମକୁ ମଧ୍ୟ ଏହି ସରକାରଙ୍କ ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ମାନେ ପ୍ରଶାସନ କୁ ଦାବି କରିଛନ୍ତି ।