ନୀଳକଣ୍ଠନଗର ଛକରେ ହାଇମାଷ୍ଟ ଲାଇଟ୍ ଲାଗିଲା
ବ୍ରହ୍ମପୁର ସହରକୁ ଆଲୋକି ଓ ସୌନ୍ଦର୍ଯ୍ୟକରଣ କାରଣ କରିବା ଯୋଜନା ଚାଲୁ ରହିଛି। ସେହି ପରିପ୍ରେକ୍ଷୀରେ ଆଜି ୨୬ନଂ ୱାର୍ଡ ସ୍ଥିତ ନୀଳକଣ୍ଠନଗର ଛକରେ ପ୍ରାୟ ୧ଲକ୍ଷ ୫୦ ହାଜର ଟଙ୍କା ବ୍ୟୟରେ ୩୩ପୁଟ ଉଚ୍ଚତା ବିଶିଷ୍ଟ ଏକ ହାଇମାଷ୍ଟ ଲାଇଟ୍ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟୀ ମେୟର ବିବେକ ରେଡ୍ଡୀ, ସ୍ଥାନୀୟ କର୍ପୋରେଟର ଧୀରେଶ ସାବତ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହା ହେବା ଫଳରେ ଉକ୍ତ ଅଞ୍ଚଳରେ ଆଲୋକି କାରଣ ହୋଇପାରିବ ଓ ପୂର୍ବରୁ ହେଉଥିବା ଅସାଧୁ କାର୍ଯ୍ୟକ୍ରମ ଦୂର ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିବା ସହ ନିଗମ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ୱାର୍ଡ କର୍ପୋରେଟର ନରସିଂହ ସେଠୀ, ୨୮ନଂ ୱାର୍ଡ କର୍ପୋରେଟର ପାର୍ବତୀ ପ୍ରଧାନ, ୩୦ନଂ ୱାର୍ଡ କର୍ପୋରେଟର ମମତା ପାତ୍ରଙ୍କ ସମେତ ବହୁ ବୁଦ୍ଧିଜିବୀ ଓ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଉପସ୍ଥିତ ଥିଲେ।