ଶବକୁ କାନ୍ଧେଇବାକୁ ସମ୍ପର୍କୀୟ ଆସିଲେନି , ରୀତି ଅନୁସାରେ ସମ୍ପନ କଲେ କିଛି ସମାଜସେବୀ
ନବରଙ୍ଗପୁର-ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ,ମାନବିକତା ଆଗରେ ଫିକା ପଡିଗଲା ରକ୍ତ ସମ୍ପର୍କ। ମୃତ୍ୟପରେବି ପିଛା ଛାଡ଼ିଲାନାହିଁ ଜାତିପ୍ରଥା।ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରେ। ଘଟଣା ଅନୁସାରେ ଖାତିଗୁଡାଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ପାଇକ ଜାତିର ହୋଇଥିବାବେଳେ ଯମୁନା ପାତ୍ର ପାଞ୍ଚବର୍ଷ ତଳେ ପିତାମ୍ବର ହରିଜନ ନାମକ ହରିଜନ ଜାତିର ପୁଅକୁ ଭଲପାଇ ବାହା ହୋଇଥିଲା,ମାଆ ଲକ୍ଷ୍ମୀ ପାତ୍ରର ଦେହ ଅସୁସ୍ଥ ହେବାରୁ ଗତ ୧ ବର୍ଷ ଧରି ଝିଅ ଯମୁନା ମାଆ ପାଖରେ ରହି ମାର ସେବା କରି ଆସୁଥିଲା,ଯମୁନାର ସ୍ୱାମୀ ପିତାମ୍ବର ହରିଜନ ମଧ୍ୟ ଶାଶୁଘରଜୁ ଯିବା ଆସିବା, ରହିବା କରୁଥିଲା,ଗତକାଲି ରାତି ନବରଙ୍ଗପୁର ମୂଖ୍ୟ ଚିକିତ୍ସା ଳୟରେ ଚିକିଛାଧୀନ ଅବସ୍ଥାରେ ଲକ୍ଷ୍ମୀର ମୃତ୍ୟୁ ହୋଇଯାଇଥିଲା,ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଶବ ଆଣିବା ପରେ ଅଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ଛୁଇଁଲେ ସମ୍ପର୍କୀୟ ମାନେ କାଳେ ବିରୋଧ କରିବେ ବୋଲି ଯମୁନା କେଉଁଆଡ଼େ ଚାଲିଯାଇଥିଲା। ଲକ୍ଷ୍ମୀଙ୍କ ଶବ ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରହିଥିଲା ଲୋକ ନଥିଲେ।ହରିଜନ ଜାତିରେ ବାହା ହୋଇଥିବା ଝିଅକୁ ଘରେ ଆଣି ରଖିବା ଓ ତା ରନ୍ଧା ଖାଦ୍ୟ ଖାଉଥିଲା ବୋଲି ଲକ୍ଷ୍ମୀଙ୍କ ସମ୍ପର୍କୀୟ ମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ।୧୧ ଘଣ୍ଟା କାଳ ଏହିଭଳି କାନ୍ଧ ଅପେକ୍ଷାରେ ପଡି ରହିବାପରେ ଶେଷରେ ସ୍ଥାନୀୟ ପରଜାବାରଙ୍ଗପଦର ସରପଞ୍ଚଙ୍କ ସ୍ୱାମୀ ସଦା ଯାନୀ ସମ୍ପର୍କୀୟଙ୍କୁ ଅନେକ ବୁଝାଇବା ପରେ ସମ୍ପର୍କୀୟ ମାନେ ଶବ ଛୁଇଁବାକୁ ମନା କରିଦେଇଥିଲେ,ଏହାପରେ ସଦା ଯାନୀ କିଛି ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଲକ୍ଷ୍ମୀଙ୍କଶବକୁ କାନ୍ଧେଇ ଇନ୍ଦ୍ରାବତୀ ସ୍ମଶାନକୁ ନେଇ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିଥିଲେ।ଏପରି ସମାଜସେବୀ ଯୁବକମାନଙ୍କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।