ମୁଖ୍ୟ ଖବର

ଯଦି ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଘଟଣାରେ ରାଗିଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରିବା ଉଚିତ: ଖଡ୍‌ଗେ

ନୂଆଦିଲ୍ଲୀ: ଯଦି ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଘଟଣାରେ ରାଗିଛନ୍ତି ତେବେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କୁ ବହିଷ୍କାର କରିପାରି ଥାଆନ୍ତେ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।

ଟୁଇଟ୍‌ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ମଣିପୁର ଘଟଣାରେ ଆଜି ସଂସଦରେ ପ୍ରଧାନମନ୍ତ୍ରୀ ବିବୃତି ଦେବେ ବୋଲି ଦେଶବାସୀ ଆଶା କରିଛନ୍ତି।

ସେ ଲେଖିଛନ୍ତି: କେବଳ ଗୋଟିଏ ଘଟଣା ଉପରେ ନୁହେଁ, ରାଜ୍ୟରେ ଓ କେନ୍ଦ୍ରରେ ଥିବା ଆପଣଙ୍କ ସରକାର ଅସହାୟ ଓ ନିର୍ଲିପ୍ତ ଭାବେ ଦେଖିଥିବା ୮୦ ଦିନର ହିଂସାକାଣ୍ଡ ଉପରେ ସଂସଦରେ ବିସ୍ତୃତ ବିବୃତି ଦେବେ ବୋଲି ଭାରତବାସୀ ଆଶା କରିଛନ୍ତି।

ଭିନ୍ନ ଏକ ଟୁଇଟ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଲ୍ଲିକାର୍ଜୁନ ଖଡ଼ଗେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ଖଡ଼ଗେଙ୍କୁ ୮୧ ବର୍ଷ ଚାଲିଲା।

ମଣିପୁରରେ  ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଥିବା ଭିଡିଓ ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ ଗୁରୁବାର ଦିନ  ସଂସଦର ମୌସୁମୀ ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମୁଁ ଖୁବ୍‌ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ।

କିନ୍ତୁ, କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ‘ଅତି ସଂକ୍ଷିପ୍ତ ଏବଂ ଅତି ବିଳମ୍ବିତ’ ବୋଲି କହି ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ଇସ୍ତଫା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *