ରାଜ୍ୟ

ଶେରଗଡ଼ରେ ମିଲେଟ ମଦେର ଇଭେଣ୍ଟ ପାଳିତ l

ଶେରଗଡ଼ (21/07):ମାଣ୍ଡିଆ କୁ 2017 ରେ ଓଡିଶା ସରକାର ପ୍ରମୋଟ କରିବାକୁ ଯାଇ ଓଡିଶା ମିଲେଟ ମିଶନ ପ୍ରକଳ୍ପ ଆରମ୍ଭ କରିଥିଲେ l ଯାହାର ମୂଳ ଲକ୍ଷ୍ୟ ରହିଥିଲା ମାଣ୍ଡିଆ ର ଚାଷ ସହ ମାଣ୍ଡିଆ ର ଖାଦ୍ୟକୁ ଘରେ ଘରେ ପହଂଚାଇବା l ଓଡିଶା ମିଲେଟ ମିଶନ ଶେରଗଡ଼ ଦ୍ୱାରା ଆୟୋଜନ ହୋଇଥିଲା ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ 2023 ପାଳନ ଅବସରରେ ଶେରଗଡ଼ ବ୍ଲକ ର ପାଟପଲ୍ଲୀ ଅଙ୍ଗନବାଡି କେନ୍ଦ୍ର ଠାରେ ମିଲେଟ ମଦେର ଇଭେଣ୍ଟ ପାଳନ ହୋଇଥିଲା l ଏହି ଇଭେଣ୍ଟ ରେ ବ୍ଲକ କୃଷି ଅଧିକାରୀ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ସଭାପତିତ୍ବ କରିଥିଲେ l ଓଡିଶା ମିଲେଟ ମିଶନ ଶେରଗଡ଼ ର ସଂଯୋଜକ ରାଜୀବ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ l ପ୍ରଥମେ ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ମାଣ୍ଡିଆରେ ରହିବିଥିବା ବିଭିନ୍ନ ପୋଷାକ ତତ୍ତ୍ୱ ଉପରେ ସବିଶେଷ ବିସ୍ତୃତ ଭାବେ ବର୍ଣନା କରିଥିଲେ ଓ ଏହାର ଉପକାରିତା ସହ ଏଥିରେ ଭରପୁର ପରିମାଣ ରେ ଆଇରନ ଓ କ୍ୟାଲସିୟମ ର ଉପକାର ବିଷୟରେ କହିଥିଲେ l ଏହି ସଭାରେ ଏଏନଏମ ବନିତା ପାଣିଗ୍ରାହୀ, ସିଆରପି ବିଷ୍ଣୁ ମଲିକ, ଅଙ୍ଗନବାଡି କର୍ମୀ ଭାରତୀ ଆଚାରୀ, ଓମ ଶେରଗଡ଼ ର ସହ- ସଂଯୋଜକ କୈକେଶ ପ୍ରଧାନ, ସିଆରପି ସମ୍ପଦ ମାହାଙ୍କୁଡ, ସିଆରପି ସପନ ନାୟକ, ଗର୍ଭବତୀ ମା,ପ୍ରସୂତି ମା ଓ ଆଶା କୁନି ମଳିକ ସହ ପାଟପଲ୍ଲୀ ଗ୍ରାମର ପଚାଶ ଜଣ ମହିଳା ଉପସ୍ଥିତ ଥିଲେ  l

Leave a Reply

Your email address will not be published. Required fields are marked *