କୋଟିଆରେ ପୁଣି ଆନ୍ଧ୍ରର ପ୍ରବେଶ କଲେ ଆନ୍ଦ୍ର ଅଧିକାରୀ ।
କୋରାପୁଟ:କୋଟିଆରେ ପୁଣି ଆନ୍ଧ୍ର ର ପ୍ରବେଶ। ଏଥର ନେରେଡିବାଲସା ରେ କଲେ ସଚେତନତା ସଭା। ବାଣ୍ଟିଲେ ବିଭିନ୍ନ ପ୍ରମାଣ ପତ୍ର।
ଗୁରୁବାର କୋଟିଆର ଆନ୍ଧ୍ର ସିମାବର୍ତି ନେରେଡ଼ିବାଲ୍ସା ଗାଁରେ ଆନ୍ଧ୍ର ଅଧିକାରୀ ମାନେ ପ୍ରବେଶ କରି କରିଛନ୍ତି ସଚେତନତା ସଭା। ଜଗନ୍ନା ସୁରକ୍ଷା କାର୍ଯ୍ୟକ୍ରମ ନାମରେ ନାମିତ ଆନ୍ଧ୍ର ସରକାରଙ୍କ ଯୋଜନା ସଂପର୍କୀତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଲୁର ଏମ ପି ଡି ଓ ରମାଦେବୀ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରେଇଥିଲେ। ଏହି ଅବସରରେ ପୂର୍ବରୁ ଆ ଆବେଦନ କରିଥିବା ୯୨ ଜଣଙ୍କୁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ମେରେଜ୍ ପ୍ରମାଣପତ୍ର, ପରିବାର ସଦସ୍ୟ ପ୍ରମାଣପତ୍ର ଏହିପରି ମୋଟ ୧୧ ପ୍ରକାର ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ଆନ୍ଧ୍ର ର ଏହି କାର୍ଯ୍ୟକ୍ରମରେ ନେରେଡିବାଳସା ସମେତ ଗଞ୍ଜେଇ ପଦର, ତାଡ଼ିବାଲ୍ସା ଆଦି ଆନ୍ଧ୍ର ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ଲୋକେ ଯୋଗ ଦେଇଥିଲେ। ଗଞ୍ଜେଇ ପଦର ର ଆନ୍ଧ୍ର ର ପୂର୍ବତନ ସରପଂଚ ବିଶୁ ଗେମେଲ, ବର୍ତ୍ତମାନ ର ସରପଞ୍ଚ ଦିବାକର, ଚୋଡ଼ିପାଲି ବିଶୁ ସମେତ ଜଗନ୍ କଂଗ୍ରେସ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।