ବୋଡ଼େନ ରେ ଦାରିଦ୍ର୍ୟ ମୁକ୍ତ ଉନ୍ନତ ଜୀବିକା ଯୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନୂଆପଡା..(ବିରବଲ ପ୍ରଧାନ )ଜନସଂଖ୍ୟା ବୃଦ୍ଧିକୁ ଜମି ହ୍ରାସ , ଜନସଂଖ୍ୟା ବୃଦ୍ଧିରେ ଆବଶ୍ୟକତାର ଅଭାବ ।ତେଣୁ ମଣିଷ ନିଜର ଆବଶ୍ୟକତା ପୂରଣ କରିବା ସହିତ ସମାଜରୁ କିଭଳିh ଭାବରେ ଦାରିଦ୍ର୍ୟତା ଦୂର କରିପାରିବ ଓ ସମାଜକୁ ଦାରିଦ୍ର୍ୟ ମୁକ୍ତ ଉନ୍ନତ ଜୀବିକା ଯୁକ୍ତ କରିବ ତା’
ପାଇଁ ସରକାରଙ୍କ ଦ୍ଵାରା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଉପରେ ତାଲିମ ଶିବିର ନୂଆପଡ଼ା ଜିଲ୍ଲାବୋଡ଼େନ ବ୍ଳକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ତାଲିମ ଶିବିରର ତୃତୀୟ ଦିବସରେ
ସୁନାପୁର, ରୋକାଲ ଓ ଫରସରା ଗ୍ରାମ ପଞ୍ଚାୟତର ସରପଞ୍ଚ,ୱାର୍ଡ ମେମ୍ବର,ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ଏମ ବି କେ,ସି ଆର୍ ପି,କେ ଏମ ,ପି ଏମ ତଥା ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ମାନଙ୍କୁ ଏସ ଡି ଜି ସେଳ୍ ର ସାଧନା କର୍ମୀ ମହେନ୍ଦ୍ର ଯୋଶୀ ତାଲିମ ପ୍ରଦାନ କରିଥିବା ବେଳେ ଓ ଏଲ ଏମ ଏ ପି ଡି ନିହାର ରଞ୍ଜନ ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ପବିତ୍ର ମିର୍ଦ୍ଧା ଓ ଜୟାନନ୍ଦ ମେହେର,ସି ପି ସରୋଜ କୁମାର ପ୍ରଧାନ,ଜି ପି ଇ ଓ ପ୍ରଫୁଲ୍ଲ ନାୟକ,ସୁନାପୁର ସରପଂଚ ମୁକ୍ତା ରାଉତ, ରୋକାଲ ସରପଂଚ ଠାକୁର ବାଗ ଏବଂ ଫରସରା ସରପଂଚ ସରିତା ନିଆଲ୍ ମଞ୍ଚାଷୀନ ଥିଲେ ।ସର୍ବସାଧାରଣ ଦାରିଦ୍ର୍ୟତାକୁ କେମିତି ଦୂରେଇ ପାରିବେ,କିଛି ବିକାଶ ମୂଳକ ପନ୍ଥାକୁ ଗ୍ରହଣ କରିବେ ଓ ସ୍ବାବଲମ୍ବୀ ହୋଇପାରିବେ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ରଖିବେ ତାହା ଥିଲା ତାଲିମର ମୂଳ ଲକ୍ଷ୍ୟ ।