ରାଜ୍ୟ

ବିପର୍ଯ୍ୟସ୍ତ ଅବସ୍ଥାରେ ବାଘଧରିଆ ଏକ ନମ୍ବର ଅଙ୍ଗନାୱାଡି

ହିନ୍ଦୋଳ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘଧରିଆ ଏକ ନମ୍ବର ଅଙ୍ଗନାୱାଡି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି!ସେହି ଅଙ୍ଗନାୱାଡି ରେ ପିଲାମାନେ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି!ପିଲାମାନେ ସ୍କୁଲ କୁ ଆସିବା ସମୟ ଠାରୁ ଯିବା ସମୟ ପର୍ଯନ୍ତ ବିପଦ ରେ ରହୁଛନ୍ତି କାରଣ ସେହି ସ୍ଥାନରେ ଝରକା କବାଟ ନ ଥିବା ଦ୍ଵାରା ମାଙ୍କଡ଼ ହନୁ ଓ଼ ଅନ୍ୟାନ୍ୟଯିବ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି!ସେହି ପିଲାମାନେ ଅତି ଛୋଟ ପିଲା ଥିବାରୁ ମାଙ୍କଡ଼ ହନୁ କ୍ଷତ ବିକ୍ଷତ କରୁଛନ୍ତି!ଅଙ୍ଗନାୱାଡି ଶିକ୍ଷକ ପାଠ ପଢ଼ାଉଥିବା ସମୟ ରେ ମାଙ୍କଡ଼ ହନୁ ମାନଙ୍କ ପ୍ରଭାବ ଦେଖିବାକୁ ମିଳିଛି!ପିଲାମାନଙ୍କର ଖାଦ୍ୟ କୁ ଜୀବଜନ୍ତୁ ମାନେ ବୋହି ନେଉଛନ୍ତି!ଅନେକ ସମୟ ରେ ପିଲାମାନେ ଉପବାସ ରହୁଛନ୍ତି କାରଣ ତାଙ୍କ ଖାଦ୍ୟ କୁ ହନୁ ମାଙ୍କଡ଼ ବୋହିନେଉଛନ୍ତି!ଏଣୁ ଝରକା କବାଟ କେବେ ଲାଗିବ ପିଲାମାନେ ବିପଦ ରୁ କେବେ ରକ୍ଷା ପାଇବେ ଦେଖିବାକୁ ବାକି ରହିଲା!ସରକାର ବାହାବା ମାରୁଛନ୍ତି ଯେ କୋମଳମତି ଶିଶୁମାନେ ସୁବିଧାରେ ପଢିବେ, ତାଙ୍କର ସବୁ ସୁବିଧା ସରକାର କରିବ, କୁଆଡ଼େ ଗଲା ସେ ବହସ୍ପଟ କଥା, କେବେ ପିଲାମାନଙ୍କର ସୁବିଧା ହେବ ଓ଼ ଅଙ୍ଗନାୱାଡି ରେ କବାଟ, ଝରକା ଲାଗିବ, ଅପେକ୍ଷା ରେ ଗ୍ରାମବାସୀ!କେବେ ଦୂର ହେବ ବାଘଧରିଆ ଏକ ନମ୍ବର ଅଙ୍ଗନାୱାଡି ର ବିପର୍ଯ୍ୟସ୍ତ ଅବସ୍ଥା କୋମଳମତି ପିଲାମାନେ କେବେ ବିପଦ ଅବସ୍ଥା ରୁ ଦୂର ହୋଇ ଠିକ ରେ ପଢିବେ ଓ଼ ଖାଦ୍ୟ ଠିକ ରେ ଖାଇବେ ଦେଖିବାକୁ ବାକି ରହିଲା!ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରୁ ନିମାଇଁ ଚରଣ ସାମଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *