ବିରାଟ କୋହଲିଙ୍କ ଟାଟୁ ନିଜ ଦେହ ସାରା ଆଙ୍କି ଚର୍ଚ୍ଚାକୁ ଆସିଥିଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମସିହାଖାଲି ଗ୍ରାମର ପିଣ୍ଟୁ ବେହେରା
କୁକୁଡାଖଣ୍ଡି, :(ଇପିଲି ପୁର୍ଣ୍ଣଚନ୍ଦ୍ର): ବିରାଟ କୋହଲିଙ୍କ ଟାଟୁ ନିଜ ଦେହ ସାରା ଆଙ୍କି ଚର୍ଚ୍ଚାକୁ ଆସିଥିଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମସିହାଖାଲି ଗ୍ରାମର ପିଣ୍ଟୁ ବେହେରା। ଭେଟେରାନ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ତଥା ଚର୍ଚ୍ଚିତ କ୍ରିକେଟ୍ କୋହଲିଙ୍କ ଫ୍ୟାନ୍ଙ୍କୁ ଏବେ ସାରା ବିଶ୍ବ ଦେଖିବ । କାରଣ ଆଗାମୀ ଆଇସିସି ଦିନିକିଆ ବଡ଼ ପ୍ରଶଂସକ ବିଶ୍ଵକପ୍ ପ୍ରତିଯୋଗିତାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରସ୍ତୁତ ୨ ମିନିଟ୍ ୧୨ ସେକେଣ୍ଡ୍ର ପ୍ରମୋସନ୍ ଭିଡିଓରେ ସେ ସାମିଲ ହୋଇଛନ୍ତି ।
ପିଣ୍ଟୁ ନିଜେ ଯେତେବେଳେ ଏହା ଜାଣିବାକୁ ପାଇଥିଲେ ଖୁସିରେ ବିଭୋର ହୋଇ ଯାଇଥିଲେ । ଏଥିପାଇଁ ତାଙ୍କ ପରିବାର ଲୋକ ଏବଂ ଅନ୍ୟମାନେ ବେଶ୍ ଉତ୍ସାହିତ ରହିଛନ୍ତି। ଏହି ପ୍ରମୋରେ ବିଭିନ୍ନ ଦେଶର କ୍ରିକେଟ୍ ତାରକା ନଜରକୁ ଆସିବେ। ଏହାର ଦୁଇଟି ସଟ୍ (ସିନ୍ ) ମାଧ୍ୟମରେ ପିଣ୍ଟୁଙ୍କୁ କ୍ରିକେଟ୍ ଖେଳର ଫ୍ୟାନ୍ ଭାବେ ଦର୍ଶାଯାଇଛି । ତାଙ୍କ ଦେହରେ ଥିବା କୋହଲିଙ୍କ ଟାଟୁକୁ ମଧ୍ୟ ଏହିରେ ଚିତ୍ରଣ କରାଯାଇଛି । ଗୋଟିଏ ଦିନ ମୁମ୍ବାଇରେ ଏହି ପ୍ରମୋ ସୁଟିଂ ହୋଇଥିବା ସେ କହିଛନ୍ତି। ଏହି ସୁଟିଂ ବେଳେ ଅନ୍ୟ ବହୁ କ୍ରିକେଟର୍ଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ ପିଣ୍ଟୁ । ଆଇସିସି ତାଙ୍କୁ ଏହି ବିଜ୍ଞାପନରେ ସାମିଲ କରିଥିବାରୁ ସେ ଆତ୍ମବିଭୋର ହୋଇଯାଇଛନ୍ତି। ପିଣ୍ଟୁ ୨୦୧୯ ଅକ୍ଟୋବର ୧ ତାରିଖରେ କୋହଲିଙ୍କୁ ପ୍ରଥମ ଥର ଭେଟିବା ପରେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ।