ରାଜ୍ୟ

ହିନ୍ଦୋଳ ଏନ ଏ ସି ରେ ଡେଙ୍ଗୁଫେଲେରିଆ ନିରାକରଣ ଓ ସାମୁହିକ ଔଷଧସେବନ ଶିବିର ଅନୁଷ୍ଠିତ

ହିନ୍ଦୋଳ:

:ସମ୍ପ୍ରତି ଦିନକୁଦିନ ବଢୁଥିବା ଡେଙ୍ଗୁ ଓ ଫେଲେରିଆ ରୋଗର ନିରାକରଣ ନିମନ୍ତେ ରାଜ୍ୟସରକାର ବହୁକାର୍ଯ୍ୟକ୍ରମ ହାତକୁ ନେଉଛନ୍ତି!ସେହିପରି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ ଏ ସି ର ସବୁୱାର୍ଡ ମାନଙ୍କରେ ମଧ୍ୟ ଅନୁଷ୍ଠିତ ହେଉଅଛି!ଢେଙ୍କାନାଳଜିଲ୍ଲା ସ୍ୱାସ୍ଥ୍ୟସମିତି ରାଜ୍ୟସରକାର ଭେକ୍ଟରବାହିତ ରୋଗନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଦ୍ୱାରା ଆଜି ସେହିପରି ଏକକାର୍ଯ୍ୟକ୍ରମ ହିନ୍ଦୋଳ ଏନଏସି ର ୱାର୍ଡ ନଂ -10ର ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି!!ଏହିକାର୍ଯ୍ୟକ୍ରମରେ ହିନ୍ଦୋଳ ଏନ ଏ ସି ଉପାଧ୍ୟକ୍ଷା ପ୍ରତିମା ରାଉତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସଂମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାଯୁବବିଜେଡି ସମ୍ପାଦକ ପୂର୍ବତନ କାଉନସିଲର ତଥା ସମାଜସେବୀ ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, ବରିଷ୍ଠ ପୂର୍ବତନ ଶିକ୍ଷକ ନାଥ ନାଠି ଯୋଗଦେଇଥିଲେ!ଏହି କାର୍ଯ୍ୟକ୍ରମରେ ଫ୍ୟାଲେରିଆ ରୋଗପାଇଁ ଘରକୁଘର ଆଶାକର୍ମୀ, ତାଲିମପ୍ରାପ୍ତ ସ୍ବେଛାସେବୀ,ଅଙ୍ଗନବାଡିକର୍ମୀ ମାନେ ଯାଇ ସାମୁହିକ ଔଷଧସେବନ କରାଇବା ସହ ସମସ୍ତେ ଯେମିତି ଔଷଧ ସେବନ କରିବେ ସେଥିପାଇଁ ବୁଝାଇବେ ଏବଂ ଶତକଡା 85ଭାଗରୁ ଅଧିକ ଔଷଧସେବନ କରିଲେ ରୋଗନିୟନ୍ତ୍ରଣ ହୋଇପାରିବ ବୋଲି ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀମାନେ ବୁଝାଇଥିଲେ ସେହିପରି ଡେଙ୍ଗୁ ଜ୍ୱରର କାରଣ ଏଡିଶ ମଶା ସମ୍ପର୍କରେ,ନିରାକରଣପାଇଁ ଔଷଧସେବନ ଓ ନିରାକରଣ ସମ୍ବନ୍ଧରେ ଉପସ୍ଥିତ ଏ ଏନ ଏମ ବୁଝାଇଥିଲେ!ଏଥିସହ ଆଗକୁ ଏହିକାର୍ଯ୍ୟକ୍ରମର ସଫଳରୂପାୟନ ନିମନ୍ତେ ସମସ୍ତେ ମିଳିମିଶି କାର୍ଯ୍ୟକ୍ରମ କରିବା ବୋଲି ଉପାଧ୍ୟକ୍ଷା ପ୍ରତିମା ରାଉତ ଓ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା ପ୍ରତିଶୃତି ଦେଇଥିଲେ!ଆଜିର ଏହି କାର୍ଯ୍ୟକ୍ରମକୁ ଏ ଏନ ଏମ  ମମତା ସାହୁ, ଅଙ୍ଗନବାଡି କର୍ମୀ ରଂଜିତା ସାମଲ, ମିଳନ ବେହେରା, ଆଶାକର୍ମୀ ରମାରାଣୀ ନାଠି ଓ ଅଙ୍ଗନବାଡି କର୍ମଚାରୀମାନେ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *