ସରକାରୀ ବିଦ୍ୟାଳୟରେ ପୋଷାକବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିନ୍ଦୋଳ:
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ -12ସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ପୋଷାକବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ସ୍କୁଲ ପରିଚାଳନା କମିଟି ତରଫରୁ ହୋଇଥିବା ଛୋଟଛୋଟ ପିଲାମାନଙ୍କୁ ପୋଷାକବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ହିନ୍ଦୋଳ ଏନଏସି ଉପାଧ୍ୟକ୍ଷା ଶ୍ରୀମତୀ ପ୍ରତିମା ରାଉତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବାବେଳେ ସଂମାନିତ ଅତିଥିଭାବରେ, ୱାର୍ଡ ନଂ -12କାଉନସିଲର ଶରତ ଭୂତିଆ, ୱାର୍ଡନଂ -11କାଉନସିଲର ଶୁଭଲଷ୍ମୀ ଦେହୁରୀ,ପୂର୍ବତନକାଉନସିଲର ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା,ପୂର୍ବତନ କାଉନସିଲର ଶ୍ୟାମଘନ ଭୂତିଆ,ପରିଚାଳନା କମିଟି ସଭାପତି ହିମାଂଶୁ ମିଶ୍ର,ଶ୍ୟାମଳ ଜେନା, କୈଳାସ ବେହେରା ଯୋଗଦେଇଥିଲେ!! ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଶିକ୍ଷକ ପ୍ରଫୁଲ୍ଲ ଜେନା, ଶିକ୍ଷୟତ୍ରୀ ଗାୟତ୍ରୀ ମହାପାତ୍ର, ଜ୍ୟୋତିଶ୍ରୀ ମହାରଣା, ସାବିତ୍ରୀ ବେହେରା, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ସୁଚାରରୂପେ ପରିଚାଳନା କରିଥିଲେ!ପରିଚାଳନା କମିଟି ତରଫରୁ ମୁଖ୍ୟଅତିଥି ଓ ଅନ୍ୟଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଯିବା ପରେ ଅତିଥିମାନେ ପିଲାମାନେ କିଭଳି ଅଧିକରୁ ଅଧିକ ଉର୍ନତି କରିବେ, ସେମାନଙ୍କୁ ବୌଦ୍ଧିକ, ଶାରୀରିକ, ମାନସିକ ଅଭିବୃଦ୍ଧି ଘଟିବା ସହ ଉଚ୍ଚଶିକ୍ଷିତ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେସମ୍ବନ୍ଧରେ ନିଜନିଜ ଅଭିଭାଷଣରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ!!ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ ଅତିଥିମାନଙ୍କ ଦ୍ୱାରା ଛୋଟଛୋଟ ପିଲାମାନଙ୍କୁ ରାଜ୍ୟସରକାରଙ୍କ ଯୋଜନାରେ ହୋଇଥିବା ପୋଷାକକୁ ଯଥା ଶାର୍ଟ, ପ୍ୟାଣ୍ଟ ଓ ଜୋତାମୋଜା ପ୍ରଦାନ କରାଯାଇଥିଲା!ଉପାଧ୍ୟକ୍ଷା ପ୍ରତିମା ରାଉତ ଏହିଭଳି ଏକ ସୁନ୍ଦର ତଥା ପିଲାମାନଙ୍କ ବିକାଶ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିବା ସହ ଶିକ୍ଷାନୁଷ୍ଠାନର ଓ ଛାତ୍ରଛାତ୍ରୀ ମାନଙ୍କର ଉତ୍ତୋରତ୍ତର ଉର୍ନତି କାମନା କରିଥିଲେ!!ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଜ୍ୟୋତିଶ୍ରୀ ମହାରଣା ସଭାକାର୍ଯ୍ୟ ପରିଚାଳନା ଓ ଅତିଥି ପରିଚୟ ଦେଇଥିବାବେଳେ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସାହୁ ସ୍ୱାଗତଭାଷଣ ଏବଂ ଶିକ୍ଷକ ପ୍ରଫୁଲ୍ଲ ଜେନା ଧନ୍ୟବାଦ ଅର୍ପଣ କରିଥିଲେ!