ରାଜ୍ୟ

ସ୍ବାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ବିବାଦୀୟ ବକ୍ତବ୍ୟ ପାଇଁ କ୍ଷମା ମାଗିଲେ ଇସ୍କନ୍ ସାଧୁ

ମୁମ୍ବାଇ: ସ୍ବାମୀ ବିବେକାନନ୍ଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଏବଂ ରାମକୃଷ୍ଣ ପରମହଂସଙ୍କ ଶିକ୍ଷା ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇ ଥିବାରୁ ଇସ୍କନ୍ ଦ୍ୱାରକାର ଉପସଭାପତି ଆମୋଘ ଲୀଳା ଦାସ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି। ଜୁଲାଇ ୨୨ରେ ରିପବ୍ଲିକ୍ ମିଡିଆ ସହ ଆଲୋଚନା ବେଳେ ସେ କ୍ଷମା ପ୍ରାର୍ଥନା କରିଥିବା ସାମ୍ନାକୁ ଆସିଛି।ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଏହି ଇସ୍କନ୍ ସାଧୁ  ତାଙ୍କର ବକ୍ତବ୍ୟ ଯୋଗୁଁ ବହୁ ଲୋକଙ୍କୁ ଆଘାତ ଲାଗିଥିବାରୁ ସେ ଅନୁତପ୍ତ ବୋଲି ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଅପମାନିତ କରିବା ନଥିଲା, ବରଂ ସାକ୍ଷାତକାର ସମୟରେ ତାଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବା ବ‌େଳେ ସେ ମତ ରଖିଥିଲେ, ଯାହାକି ବିବାଦୀୟ ହୋଇପଡ଼ିଥିଲା। ଏଥିପାଇଁ ସେ ହୃଦୟରୁ କ୍ଷମା ମାଗୁଛନ୍ତି ବୋଲି କହିଥିଲେ

ବିବେକାନନ୍ଦଙ୍କ ଖାଦ୍ୟପେୟ ଏବଂ ରାମକୃଷ୍ଣ ପରମହଂସଙ୍କ “ଯତୋ ମତ ତତୋ ପଥ’’ (ଯେତେ ମତ, ସେତେ ପଥ) ଉପରେ ଅମୋଘ ଲୀଳା ଦାସଙ୍କ ଆଲୋଚନା କେନ୍ଦ୍ରିତ ଥିଲା। ମାଛ ଖାଉ ଥିବାରୁ ସେ ସ୍ୱାମୀ ବିବେକାନନ୍ଦଙ୍କୁ ସମାଲୋଚନା କରି କହିଥିଲେ ଯେ ଖାଦ୍ୟ ଲୋଭରେ ଜଣେ ସିଦ୍ଧ ପୁରୁଷ କ’ଣ କେବେ କୌଣସି ଜୀବକୁ କ୍ଷତି ପହଞ୍ଚାଇବ? ସେହିପରି ସବୁ ପଥରେ ଗଲେ ଲକ୍ଷ୍ୟରେ ପହଞ୍ଚି ହେବ ବୋଲି ସେ ବିଶ୍ବାସ କରନ୍ତି ନାହିଁ ବୋଲି ମତ ରଖିଥିଲେ।

ଆମୋଘ ଲୀଲା ଦାସ ୧୨ ବର୍ଷ ଧରି ଇସ୍କନ୍ ସହିତ ଜଡିତ ଥିଲେ | ତେବେ ସ୍ବାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସଂଗଠନ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇ ତାଙ୍କୁ ଏକ ମାସ ପର୍ଯ୍ୟନ୍ତ ସାଧାରଣ ସଭାରେ ପ୍ରବଚନ ଦେବାକୁ ବାରଣ କରିଥିଲା।

Leave a Reply

Your email address will not be published. Required fields are marked *