ରାଜ୍ୟ

ଫୋଗାଟ୍, ପୁନିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ସିଧାସଳଖ ଏସୀୟ କ୍ରୀଡ଼ା ଖେଳିବା ରାସ୍ତା ପରିଷ୍କାର

ନୂଆଦିଲ୍ଲୀ: ଦୁଇ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ଏସୀୟ କ୍ରୀଡ଼ା ପାଇଁ ସେମାନଙ୍କୁ ସିଧାସଳଖ ମନୋନୀତ କରିବା ଲାଗି ଭାରତୀୟ କୁସ୍ତି ମହାସଂଘର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ଓ ସୁଜିତ କଲକଲଙ୍କ ଦ୍ବାରା ଦାୟର ପିଟିସନକୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଖାରଜ କରିଦେଇଛନ୍ତି ।ଏହି ନିଷ୍ପତ୍ତି ଉଭୟ କୁସ୍ତିଯୋଦ୍ଧାଙ୍କ ପାଇଁ ଏସୀୟ କ୍ରୀଡ଼ାରେ ଯୋଗ ଦେବାର ବାଟ ସଫା କରିଛି । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ କୋର୍ଟ ନିଷ୍ପତ୍ତି ନେବେ ନାହିଁ ଯେ କିଏ ଭଲ କୁସ୍ତିଯୋଦ୍ଧା ।

ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ା ଟ୍ରାଏଲରୁ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ଦିଆଯାଇଥିବା ଛାଡ଼ ପ୍ରତ୍ୟାହାର ଦାବିରେ ଗୁରୁବାର ଦିଲ୍ଲୀସ୍ଥିତ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମୁଖ୍ୟାଳୟରେ ଅନେକ କନିଷ୍ଠ କୁସ୍ତିଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ପ୍ରଶିକ୍ଷକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବଜରଙ୍ଗ ପୁନିଆ ଏବେ କିର୍ଗିଜସ୍ତାନର ଇସିକ୍-କୁଲରେ ପ୍ରଶିକ୍ଷଣ ନେଉଛନ୍ତି। ସେହିପରି ଭିନେଶ ଫୋଗାଟ ହଙ୍ଗେରୀର ବୁଦାପେଷ୍ଟରେ ପ୍ରଶିକ୍ଷଣ ନେଉଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଡବ୍ଲୁଆଇଏଫର ପୂର୍ବତନ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ ଏହି ଦୁଇ କୁସ୍ତିଯୋଦ୍ଧା ଧାରଣାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *