ଶିଶୁ କନ୍ୟାର ଆଖି ଚିକିତ୍ସା ରେ ଅର୍ଥ ସାଜିଛି ବାଧକ
ସରକାରୀ ସହାୟତା ଅପେକ୍ଷାରେ ପରିବାର
ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଥରଲସା ଗ୍ରାମ ରେ ଦେଖିବାକୁ ମିଳିଛି ୯ ମାସ ଶିଶୁ କନ୍ୟା ର ଯନ୍ତ୍ରଣା ର ଚିତ୍ର ।ଗାଁରେ ରୁହନ୍ତି ପଙ୍କଜ ଗୌଡ଼। ପର ଘରେ ମୂଲ ଲାଗି ପରିବାର ଚଳାନ୍ତି । ୯ ମାସ ର ଶିଶୁ କନ୍ୟା ଜନ୍ମ ରୁ ଡାହାଣ ଆଖି ଉପରି ଭାଗରେ ଧୀରେ ଧୀରେ ମାଂସ ପିଣ୍ଡୁଳା ବଢି ଚାଲିବା ସହିତ ଆଖି ଡୋଳା ନଷ୍ଟ ହେବାକୁ ବସିଥିଲା । ଶିଶୁ ଟି ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ନବରଙ୍ଗପୁର ମେଡ଼ିକାଲ ପରେ ଉନ୍ନତ ଉପଯୁକ୍ତ ଚିକିତ୍ସା ପାଇଁ କୋରାପୁଟ ପରେ ଭୁବନେଶ୍ବର ଏଲ ବି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଅନେକ ଥର ଭୁବନେଶ୍ୱର ମେଡିକାଲକୁ ଯାଇଥିଲେ । ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟବହୁଳ ଚିକିତ୍ସାର ଆବଶ୍ୟକ ଥିବା ବେଳେ କିନ୍ତୁ ବାରମ୍ବାର ଚିକିତ୍ସା ପାଇଁ ଭୁବନେଶ୍ୱର ଯିବା ଗରିବ ପରିବାର ପ୍ରତି ଅସହ୍ୟ ହୋଇପଡିଥିଲା । ପେଟକୁ ଦାନା ଓ ଦେହକୁ କନା ଖଣ୍ଡିଏ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଥିବା ପରିବାର ଲୋକ ଙ୍କ ନିଜ ସ୍ୱଅର୍ଜିତ ସମ୍ପତ୍ତି ଚିକିତ୍ସା ରେ ସରିଯାଇଥିଲା । ତେଣୁ ବାଧ୍ୟ ହୋଇ ଆଉ ମେଡ଼ିକାଲ ନେଇ ପାରି ନାହାନ୍ତି । ଘରେ ହିଁ ନିଜ ଭାଗ୍ୟ କୁ ଆଦରି ବସିଛନ୍ତି ଅପରପକ୍ଷରେ ପଙ୍କଜ ଙ୍କ କୌଣସି ବିଜୁ ସ୍ୱାସ୍ଥ୍ୟ କାର୍ଡ କିମ୍ବା ରାସନ କାର୍ଡ ନ ଥିବାରୁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି ।
ବର୍ତ୍ତମାନ ପରିବାର ସରକାରୀ ସହାୟତା ଉପରେ ରହିଛନ୍ତି । ଯଦି ସରକାରୀ ସ୍ତରରେ ଉଦ୍ୟମ କରି ଶିଶୁ ଟିର ଚିକିତ୍ସା କରାଇଲେ ଶିଶୁ ଟି ଦୁନିଆ ଦେଖିପାରିବ ବୋଲି ପରିବାର ଓ ଗ୍ରାମବାସୀ କହିଛନ୍ତି । ଏଥିସହ ସ୍ୱହୃଦୟ ବ୍ୟକ୍ତି ସାହାଯ୍ୟ ପାଇଁ ସହାୟତାର ହାତ ବଢାନ୍ତି ତେବେ ଶିଶୁ ର ଉନ୍ନତ ଚିକିତ୍ସା ହୋଇ ଦୁନିଆ ଦେଖିପାରନ୍ତା । ଆର୍ଥିକ ସାହାଯ୍ୟ କରିବା ପାଇଁ ସ୍ୱହୃଦୟ ବ୍ୟକ୍ତି ଙ୍କ ପାଇଁ ଆକାଉଣ୍ଟ ନମ୍ବର ହେଲା ଏସବିଆଇ ନମ୍ବର ୩୯୯୧୭୮୨୩୩୩୫ , ଆକାଉଣ୍ଟ ଧାରୀ ହେମ ଗୌଡ଼ ଶିଶୁ କନ୍ୟା ଙ୍କ ମା । ଜିଲ୍ଲା ମୁଖ୍ୟଚିକତ୍ସାଲୟ ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ପୂର୍ବରୁ ମଧ୍ୟ ତାର ଚିକିତ୍ସା ବ୍ୟବସ୍ଥା କରା ଯାଇଛି ପୁଣି ଥରେ ଆଜି କାଲି ଭିତରେ ଏମ୍ସ କୁ ପଠାଯିବ ଓ ତାର ଚିକିଷ୍ୟା କରାଯିବ ବୋଲି କହିଛନ୍ତ ।ସାହାଯ୍ୟ ଅପେକ୍ଷା ରେ ଥିବା କୋମାଲମତି ଶିଶୁର ଚିକିତ୍ସା କରିବା ପାଇଁ ସାହାଯ୍ୟ କରାଗଲେ ତାର ଭବିଷ୍ୟତ ଉଜ୍ବଳ ହୋଇ ପାରିବ ଏଣୁ ସରକାର କିମ୍ବା ସ ହୃଦୟ ବ୍ୟକ୍ତି ସାହାଯ୍ୟ ପାଇଁ ଆଗେଇ ଆସିଲେ ତାର ଭବିଶ୍ୱତ ଉଜ୍ବଳ ହୋଇପାରିବ।