ରାୟଗଡା ଜିଲ୍ଲା ମା ମାଝୀ ଘରିଆଣି ମନ୍ଦିର ଲାଗି ପ୍ରସିଦ୍ଧ କିନ୍ତୁ ସେଠାକାର ପରିବେଶ ଅଳିଆ ଆବର୍ଜନା ରେ ଅଚ୍ଛାଦିତ, ଏହି ବିଷୟ ସମସ୍ତ ଲୋକ ଲଚନ କୁ ଆସିବା ସତ୍ବେ ପ୍ରଶାସନ ନିରବ କାହିଁକି?
ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମାଝୀ ଘରିଆଣି, ମା ଙ୍କ ଦର୍ଶନ ହେତୁ କେବେଳ ରାୟଗଡା ଜିଲ୍ଲା ନୁହଁ ଦୂର ଦୁରାନ୍ତର ରୁ ଭକ୍ତ ଙ୍କ ର ସୁଅ ଛୁଟି ଥାଏ | ମା ଙ୍କ ମଂଗଳମୟ ରୂପ ଦର୍ଶନ ହେତୁ ଆନ୍ଧ୍ର ସହ ଓଡିଶା ର ବିଭିନ୍ନ ଜିଲ୍ଲାର ଭକ୍ତ ଆସି ନିଜ ମନସ୍କାମନା ହେତୁ ମା ଙ୍କ ନିକଟରେ ଗୁହାରି କରନ୍ତି | ଭୋର ପାହାନ୍ତିଅ ରୁ ଆଶୀର୍ବାଦ ହେତୁ ମନ୍ଦିର ପ୍ରାଙ୍ଗଣ ରେ ଜନସାମାବେଶ ଦେଖିବାକୁ ମିଳିଥାଏ | ଯେହେତୁ ରାୟଗଡା ଜିଲ୍ହା ମା ମାଝୀ ଘରିଆଣି ମନ୍ଦିର ଲାଗି ପ୍ରସିଦ୍ଧ କିନ୍ତୁ ସେଠାକାର ପରିବେଶ ଅଳିଆ ଆବର୍ଜନା ରେ ଅଚ୍ଛାଦିତ | ରାସ୍ତା ର ଦୁଇ ପାର୍ଶ୍ଵ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଆଣି ମୁନିସିପାଲିଟି ତରଫ ରୁ ପ୍ରତିଦିନ ଗଦା କରାଯାଏ | ଏହା କେତେ ଦୂର ଯାଏଁ ପ୍ରଯୁଜ୍ୟ? ଯେଉଁ ଲିଙ୍କ ରୋଡ ଟି ମନ୍ଦିର ରାସ୍ତା ସହ ଜଡିତ ତାହାକୁ ମୁନିସିପାଲିଟି ତରଫ ରୁ dump yard କରାଯାଇଛି | ଯାହା ଫଳ ରେ ଅତ୍ୟନ୍ତ ଦୁର୍ଗନ୍ଧ ସହିତ ଅପ୍ରୀତି କର ପରିବେଶ ସୄଟି ହୋଇଛି | ମା ଙ୍କ ପରିବେଶ ରେ ଭକ୍ତ ଭକ୍ତି ଓ ଶାନ୍ତି ଅନୁଭବ କରିବା ବଦଳରେ ବର୍ଜ୍ୟ ବସ୍ତୁ ର ଦୁର୍ଗନ୍ଧ ହେତୁ ବିରକ୍ତି କର ପରିବେଶ ର ସମ୍ମୁଖୀନ ହଉଛନ୍ତି |