ମାରୱାଡି ଉଚ୍ଚ ବିଦ୍ୟାଳୟର ୧୯୭୮ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି କଟକ ବାଲୁବଜାର ଲକ୍ଷ୍ମୀ ପ୍ୟାଲେସ ଠାରେ ମାରୱାଡି ଉଚ୍ଚ ବିଦ୍ୟାଳୟର ୧୯୭୮ ମସିହା ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମାରୱାଡି ଉଚ୍ଚ ବିଦ୍ୟାଳୟର ପୁରାତନ ଶିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଦାଶ ଏବଂ ଶ୍ରୀଯୁକ୍ତ ନାରାୟଣ ଦାସ ଓ ଶ୍ରୀଯୁକ୍ତ ସୁଧୀର ଚରଣ ଖୁଣ୍ଟିଆ ଯୋଗଦାନ କରିଥିଲେ l ଉକ୍ତ ଉତ୍ସବରେ ୩0ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଉକ୍ତ ଉତ୍ସବରେ ଶିକ୍ଷକମାନଙ୍କୁ କିଶୋର ସିହ୍ନା ସ୍ୱାଗତ ଭାଷଣ ଦ୍ୱାରା ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ଶିକ୍ଷକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଉ ଅଞ୍ଜୁଶ୍ରୀ ଜେନା,ନନ୍ଦିତା ମହାପାତ୍ର,ଅନିଲ ବୁଦ୍ଧିଆ, କାହ୍ନୁ ଚରଣ ଦାସ ଏବଂ ଜ୍ୟୋତି ରଞ୍ଜନ ସାହୁ ସନ୍ନମାନିତ କରିଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଞ୍ଜନ ସାହୁl ଶିକ୍ଷକମାନେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବାଦ ସହିତ ଉନ୍ନତି କାମନା କରିଥିଲେ l ଶିକ୍ଷକମାନଙ୍କ ମଧ୍ୟରୁ ବିବେକାନନ୍ଦ ସାର ଅତି ଆତ୍ମବିହଳ ହୋଇ ଛାତ୍ରଛାତ୍ରୀମାନଙ୍କ ପରିବାରର ଉନ୍ନତି କାମନା କରିଥିଲେ l ଏହି ଉତ୍ସବରେ ପୁରାତନ ଛାତ୍ରୀ ନନ୍ଦିତା ମହାପାତ୍ର ଏକ ଜଗନ୍ନାଥଙ୍କ ଭଜନ ଗାଇ ସମସ୍ତଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲେ l ଉକ୍ତ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଦୀର୍ଘ ୪୫ବର୍ଷ ତଳର ପୁରୁଣା ସ୍ମୃତି ମନେ ପକାଇ ସମସ୍ତେ ଆନନ୍ଦିତ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ l ଏହି ଉତ୍ସବ ଛାଡ଼ି ଯାଇଥିବା ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ମନେ ପକାଇ ତାଙ୍କ ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାଥନା କରାଯାଇଥିଲା l ଉକ୍ତ ଉତ୍ସବରେ ଅଞ୍ଜୁଶ୍ରୀ ଜେନା,ଅଞ୍ଜନ ସାହୁ, ଅନ୍ତରଜାମି ମହାରଣା, ଅନିଲ ବୁଦ୍ଧିଆ, ଅଶୋକ ନନ୍ଦ, ସଂଜୀବ ଘୋଷ, ଜ୍ୟୋତି ରଞ୍ଜନ ସାହୁ, ସରୋଜ ଲେଙ୍କା, ନରେନ୍ଦ୍ର ସାହୁ, ଧୀରେନ୍ଦ୍ର ଦାସ, ଟୁଟୁଲା ସାହୁ, ଲକ୍ଷ୍ମୀନାରାୟଣ ଦାସ, ପ୍ରଦୀପ ବାରିକ, ଜୟନ୍ତ କୁମାର ମହାନ୍ତି, କୃତିବାସ ବେହେରା, ପ୍ରଦୀପ ବେହେରା, ଏ. ସତ୍ୟନାରାୟଣ ରାଓ, ଦିଲ୍ଲୀପ ମହାନ୍ତି, ଦୋଳଗୋବିନ୍ଦ ମହାନ୍ତି, ରମେଶ ଦାସ, ନନ୍ଦିତା ମହାପାତ୍ର, ବିରେନ ମହାପାତ୍ର, ସବ୍ୟସାଚୀ ଚୌଧୁରୀ, କାହ୍ନୁଚରଣ ଦାସ,ନିରଂଜନ ବାରିକ, ଶ୍ୟାମାପ୍ରସାଦ ଭଗତ, ରାଜ କୁମାର ଭଗତ ଯୋଗଦାନ କରିଥିଲେ l ପରିଶେଷରେ ଏହି ଉତ୍ସବଟି ସଫଳ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ ଏବଂ ପୂଜ୍ୟସ୍ପଦ ଶିକ୍ଷକମାନଙ୍କୁ କିଶୋର ସିହ୍ନା କୃତଜ୍ଞତା ଅର୍ପଣ କରିଥିଲେl