ହିନ୍ଦୋଳ କଲ୍ୟାଣ ସଂଗଠନ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଅଡିଟରିୟମରେ 23 ତାରିଖ ରବିବାର ଦିନ ହିନ୍ଦୋଳ କଲ୍ୟାଣ ସଂଗଠନର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲା ଦୌରାଜଜ , ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଓ ଓଡ଼ିଶା ରାଜ୍ୟ ହରିଜନ ସେବକ ସଂଘର ସଭାପତି ଉମାଚରଣ ମିଶ୍ରଙ୍କ ପୌରହିତ୍ୟରେ ହିନ୍ଦୋଳର ମେଧାବୀ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ସଂଗଠନ ପକ୍ଷରୁ ଆୟୋଜିତ ସଭାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଫ୍ରଫେସର ଡ଼. କୁମରବର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜ ବିକାଶ ଧାରାର ଅଧୋଗତି ସମ୍ପକରେ ଆଲୋକପାତ କରି ସଂକୀର୍ଣ୍ଣନତା ବିହୀନ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନସିକତା ନେଇ ନିଜର ଜ୍ଞାନ କୌଶଳକୁ ଏକ ନିର୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ l ସମ୍ମାନୀତ ଅତିଥିଭାବେ 2022 ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡ଼. ଆଦିତ୍ୟ ପ୍ରସାଦ ଦାଶ ସମାଜର ବିକାଶ ଧାରା ଉପରେ ଆଲୋକପାତ କରିବା ସହ ସମୟର ସଦ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ଜନତା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ଼. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲାବେଳେ ସମ୍ମାନୀୟ ବକ୍ତା ଭାବେ ହିନ୍ଦୋଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାହୁ ହିନ୍ଦୋଳ କଲ୍ୟାଣ ସଂଗଠନର କାର୍ଯ୍ୟଧାରାକୁ ପ୍ରସଂଶା କରିବା ସହ ସମ୍ବର୍ଦ୍ଧିତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମାଜସେବୀ ତଥା ପରିବେଶବିତ
ରତିକାନ୍ତ ଗଡ଼ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଂଗଠନର ସମ୍ପାଦକ ଇଂ. ପ୍ରବୋଧ କୁମାର ପାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପରିଶେଷରେ ହିନ୍ଦୋଳ ଉପଖଣ୍ଡରେ ଚଳିତ 2023 ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ 10 ଜଣ, ଉପଖଣ୍ଡରେ + 2 ଓ + 3 ସ୍ତରର କଳା, ବିଜ୍ଞାନ ଓ ବାଣିଜ୍ୟ ପ୍ରତ୍ୟେକ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସଂଗଠନ ପକ୍ଷରୁ ପୁଷ୍ପଗୁଛ ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ହିନ୍ଦୋଳ ମାଟିର ତଥା ଭାରତ ବର୍ଷର ଗର୍ବ ଓ ଗୌରବ ନିମନ୍ତେ ସମ୍ମାନୀତ ଅତିଥି ପଦ୍ମଶ୍ରୀ ଡ଼. ଆଦିତ୍ୟ ପ୍ରସାଦ ଦାଶ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହିନ୍ଦୋଳ ମହାବିଦ୍ୟାଳୟର ଏନ. ସି. ସି ଅଫିସର କ୍ୟାପଟେନ ଡ଼. କିଶୋର କୁମାର ପୃଷ୍ଟି, ପରିବେଶବିତ ରତିକାନ୍ତ ଗଡ଼ନାୟକ ଓ ଜେ. ଇ. ଇ ଓଡ଼ିଶା ଟପର ସୁଶ୍ରୀ ପ୍ରିୟଙ୍କା ସରଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମର ସଫଳତା ନିମନ୍ତେ ହିନ୍ଦୋଳ କଲ୍ୟାଣ ସଂଗଠନର କର୍ମକର୍ତ୍ତା ସମେତ ହିନ୍ଦୋଳ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ l