ରାଜ୍ୟ

ହିନ୍ଦୋଳ ଏନଏସି ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

ହିନ୍ଦୋଳ(.:)-ରାଜ୍ୟରେ ସମ୍ପ୍ରତି ଚକ୍ଷୁରୋଗ ବୃଦ୍ଧି ହେଉଥିବାରୁ ରାଜ୍ୟସରକାରଙ୍କ ପରାମର୍ଶକ୍ରମେ ରାଜ୍ୟର ବହୁ ଘରୋଇ ଓ ସରକାରୀ ଅନୁଷ୍ଠାନମାନେ ବିନାମୂଲ୍ୟରେ ଚକ୍ଷୁଚିକିତ୍ସା ଶିବିରମାନ ଅନୁଷ୍ଠିତ ହେଉଅଛି!ସେହିପରି ଏକ ଶିବିର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡନଂ -2 ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି!ଏହି ମାଗଣା ଚକ୍ଷୁଚିକିତ୍ସା ଶିବିରକୁ ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିବାବେଳେ ସଂମାନନିତ ଅତିଥି ଭାବରେ ୱାର୍ଡ 2 କାଉନସିଲର ସୁଶାନ୍ତ ନାୟକ, ଢେଙ୍କାନାଳ ଜିଲ୍ଲାଯୁବବିଜେଡି ସମ୍ପାଦକ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଯୋଗଦେଇଥିଲେ ଏବଂ ଅଧ୍ୟକ୍ଷ କେଶବ ପ୍ରଧାନ ସମ୍ପୂର୍ଣ କାର୍ଯ୍ୟକ୍ରମଟିକୁ ପ୍ରତ୍ୟକ୍ଷ ଭାବରେ ତତ୍ୱାବଧାନ କରିବା ସହ ଜନସାଧାରଣଙ୍କୁ ଉତ୍ସ!ହିତ କରିଥିଲେ ଏବଂ ବିଜୁଜନତା ଦଳର କର୍ମୀମାନେ ସହଯୋଗ କରିଥିଲେ !ଏହି ଶିବିରରେ ବହୁସଂଖ୍ୟାରେ ଜନସାଧାରଣ ମାଗଣାରେ ଚକ୍ଷୁପରୀକ୍ଷା କରିବା ସହ ସ୍ୱଳ୍ପମୂଲ୍ୟରେ ଚଷମା ନେଇଥିଲେ ଏବଂ କିଛି ଲୋକଙ୍କୁ ମୋତିଆବିନ୍ଦୁ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା!ନେତ୍ରମ କେୟାରର ନର୍ସ, କର୍ମଚାରୀ ମାନେ ଏହି ଶିବିରରେ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ!ଏହିପରି ଏକ ଜନହିତକର କାର୍ଯ୍ୟ ପାଇଁ ହିନ୍ଦୋଳ ବାସି ଉଚ୍ଚପ୍ରଶଂସା କରିଛନ୍ତି

Leave a Reply

Your email address will not be published. Required fields are marked *