ରାଜ୍ୟ

ପଡା ସରକାରୀ ଇଲେକ୍ଟ୍ରିଟ୍ରାନ୍ସଫର ରୁ ପ୍ରାଇଭେଟ ଏରଟେଲ କୁ ଲାଇନ ଦେବା ଦ୍ଵାରା ଟ୍ରାନ୍ସଫର ପୋଡି ନଷ୍ଟ

ହିନ୍ଦୋଳ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମ ରେ ବଡ଼ ଅଘଟଣ ଘଟିଛି!ସେହି ପଡା ଗ୍ରାମରେ 160ପରିବାର ସେହି ଟ୍ରାନ୍ସଫର ରୁ ଲାଇନ ନେଇଛନ୍ତି!ହିନ୍ଦୋଳ ସେକ୍ସନ ର ଲାଇନ ମ୍ୟାନ ଲୋକ ଚଳି ବା ଟ୍ରାନ୍ସଫର ରୁ ନିଜ ଇଛା ଅନୁଯାଇ ଏରଟେଲ ଟାୱାର କୁ ଲାଇନ ଦେବା ଦ୍ଵାରା ଟ୍ରାନ୍ସଫର ଟି ପୋଡି ଯାଇଛି!ସେହି ଟାୱାର ଟି ଟ୍ରାନ୍ସଫର ଠାରୁ ଏକ ସହ ମିଟର ରେ ଅବସ୍ତିତ ଅଛି!ଜନସାଧାରଣ ମନା କରିବା ସତ୍ୱେ ଲାଇନ ମ୍ୟାନ କିଛି ନ ଶୁଣି ଏରଟେଲ ଟାୱାର କୁ ଲାଇନ ଦେଇଥିଲେ!ଆମ ଗଣମାଧ୍ୟମ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ପଚାରି ବାରୁ ସେ କହିଲେ ଆମେ ଲାଇନ ଟାୱାର କୁ ଦେଇଥିଲୁ!ଆଜକୁ ସାତଦିନ ବିତିଯାଇଥିଲେ ମଧ୍ୟ କୌଣସି ଟ୍ରାନ୍ସଫର ର ସୁବିଧା କରିନାହାନ୍ତି!ଏଣୁ ଦିନକୁ ଦିନ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି!ଜନସାଧାରଣ କହିବା କଥା ଯଦି ପ୍ରାଇଭେଟ ଟାୱାର କୁ ଲାଇନ ଦେଇ ଆମର ଟ୍ରାନ୍ସଫର ପୋଡ଼ିଯାଏ ସେଥିପାଇଁ ଦାୟି କିଏ? ଟ୍ରାନ୍ସଫର ଠାରୁ ଏକ ଶହ ମିଟର ରେ ଟାୱାର ଅଛି ସେହି ସ୍ଥାନ କୁ ଲାଇନ କିପରି ଗଲା ଏହା ଜନସାଧାରଣ ରେ ଚର୍ଚ୍ଚା ହେଉଅଛି!ଏଣୁ ପଡା ଗ୍ରାମବାସି କହିବା କଥା ଯଦି ଆଗାମୀ ଦିନେ, ଦୁଇ ଦିନ ଭିତରେ ଲାଇନ ଦିଆ ନ ଯାଏ ତେବେ ଜନସାଧାରଣ ରାଜ ରାସ୍ତା କୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ!

Leave a Reply

Your email address will not be published. Required fields are marked *