ରାଜ୍ୟ

ସମ୍ମାନୀତ ହେଲେ ୨ କାରର୍ଗୀଲ ଯୋଦ୍ଧା

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଳକ ପ୍ରଶାସନ ପକ୍ଷରୁ କାର୍ଗୀଲ ଯୁଦ୍ଧ ରେ ସାମିଲ ଥିବା ଦୁଇ ଅବସର ପ୍ରାପ୍ତ ସେନାକର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା

ଏହି ଅବସରରେ ବ୍ଳକ ପରିସର ରେ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ , ବିଡ଼ିଓ ମାନସରଞ୍ଜନ ସାମଲ , ବିଏସଏସଓ ସଂଗ୍ରାମ କେଶରୀ ସାସମଲ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାଏକ ଜାତୀୟ ପତକା ଉତ୍ତୋଳନ କରିଥିଲେ । ବିଡିଓ ଶ୍ରୀ ସାମଲ ଏହି ପବିତ୍ର ରାଷ୍ଟ୍ରପର୍ବ ପାଳନର ଉଦ୍ଦେଶ୍ୱସଂମ୍ପର୍କରେ ସୁଚାଇ ଥିଲେ । ଏବଂ ଦେଶ ସ୍ଵାଧିନତା ସମୟରେ ସ୍ଵାଧିନତା ସଂଗ୍ରାମୀ ଓ ବର୍ତ୍ତମାନ ସମୟରେ ଦେଶ ମାତୃକାର ରକ୍ଷା ପାଇଁ ନିଜ ନିଜ ଜୀବନକୁ ଉତ୍ସର୍ଗ କରି ଦେଉଥିବା ଯବାନ ମାନଙ୍କ ବଳିଦାନ ଅବର୍ଣ୍ଣନୀୟ । ଏଣୁ ଆଜିର ପିଢ଼ୀ ଦେଶର ସମ୍ବିଧାନ କୁ ସନ୍ମାନ ଦେବା ସହ ମାତୃଭୂମି ର ସେବା ପାଇଁ ଆଗେଇ ଆସିବା ସେହି ଦିନ ହିଁ ସାଧାରଣତନ୍ତ୍ର ଦିବସ ର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କାରଗିଲ ଯୁଦ୍ଧ ରେ ସାମିଲ ଥିବା ଏବଂ ଶତୃପକ୍ଷ ଗୁଳି ଦ୍ଵାରା ଗୁରୁତର ହୋଇ ଥିଲେ ସୁଧା ଦେଶର ସୁରକ୍ଷା ପାଇଁ ଉକ୍ତ ସମୟରେ ଲଢ଼େଇ ଜାରି ରଖିଥିବା ମହାର ରେଜିମେଣ୍ଟ ର ପୂର୍ବତନ ହାବିଲଦାର ତଥା ବ୍ଳକ ଅଧିନ ସପନଚୁଆ ପଞ୍ଚାୟତ ସୁବର୍ଣ୍ଣମଞରୀ ଗ୍ରାମର ପ୍ରଧାନ ସିଂ ଏବଂ ବିହାର ରେଜିମେଣ୍ଟର ପୂର୍ବତନ ହାବିଲଦାର ବାଙ୍ଗରା ପଞ୍ଚାୟତ
ସାତପୌଟିଆ ଗ୍ରାମର ଭୋଳାନାଥ ମାରାଣ୍ଡି ଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଥିବା ବେଳେ ଦୁଇ ପୂର୍ବତନ ସାମରିକ କର୍ମଚାରୀ କାରଗିଲ ଯୁଦ୍ଧ ସମୟର ପୁରୁଣାସ୍ମତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *