ସରପଞ୍ଚ ସଂଘ ର ଜିଲ୍ଲା ସ୍ତରୀୟ ସମାବେଶ ।
ନୂଆପଡା (ବିରବଲ ପ୍ରଧାନ)ଜିଲ୍ଲା କୋମନା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସରପଞ୍ଚ ସଂଘର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଓଡିଶା ସରକାର ଯୋଗଦାନ କରିଥିଲେ । ତତ୍ ସହିତ ବୋଡେ଼ନ, ସିନାପାଲି, ଖରିଆର, କୋମନା ଓ ନୂଆପଡା ବ୍ଲକର ସମସ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ସରପଞ୍ଚମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବା ପାଇଁ ଢୋଲକିଆ ମହୋଦୟଙ୍କ ଜରିଆରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଭିଓ – ଓଡିଶା ତ୍ରୀସ୍ତରୀୟ ଶାସନ ବ୍ୟବସ୍ଥା ମଧ୍ୟରେ ଗ୍ରାମପଞ୍ଚାୟତ ହେଉଛି ମୁଖ୍ୟତଃ ଗ୍ରାମାଞ୍ଚଳର ଉନ୍ନତି ପାଇଁ ସୁ ନିୟଂତ୍ରିତ ଶାସନ ବ୍ୟବସ୍ଥା । ସେହି ଗ୍ରାମପଞ୍ଚାୟତର ମୁଖ୍ୟ ହେଉଛନ୍ତି ସରପଞ୍ଚ । ସେ ପ୍ରତ୍ୟକ୍ଷଭାବରେ ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ସେ ଗ୍ରାମପଞ୍ଚାୟତର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଓ ସରକାରଙ୍କ ଯୋଜନାକୁ ଠିକ ଭାବରେ ପରିଚାଳନା କରନ୍ତି । କିନ୍ତୁ ଦୁଃଖର ବିଷୟ ଏହା କି ସେମାନଙ୍କ ମଧ୍ୟ ବିଭିନ୍ନ ସମସ୍ୟା ଗୁଡିକ ରହିଛି । ସେହି 13ଦଫା ବିଭିନ୍ନ ଦାବୀଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜଣାଇଛନ୍ତି । ଦାବୀଗୁଡିକ ହେଲା – ଆମ ଓଡିଶା ନବୀନ ଓଡିଶା ଯୋଜନାର ଅର୍ଥ ସିଧା ଗ୍ରାମପଞ୍ଚାୟତକୁ ଦିଆଯାଉ, ସରପଞ୍ଚମାନଙ୍କ ମାସିକ ଭତ୍ତା 30, 000ଟଙ୍କା ଦିଆଯାଉ, ସରପଞ୍ଚଙ୍କ ଅନାସ୍ଥାପ୍ରସ୍ତାବ ବ୍ୟବସ୍ଥା ଉଛେଦ ହେଉ, ସରପଞ୍ଚ ମାନଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପାଣ୍ଠି ବ୍ୟବସ୍ଥା ହେଉ, ସର୍ବୋପରି ଗ୍ରାମପଞ୍ଚାୟତର ଉନ୍ନତି ପାଇଁ ଜମି, ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ବ୍ୟବସ୍ଥାର ଅଧିକାର ଦିଆଯାଉ । ତେବେ ଯାଇ ଜଣେ ସରପଞ୍ଚ ଗ୍ରାମପଞ୍ଚାୟତର ପ୍ରଗତି ପାଇଁ ଆଗଭରହେବ ।