ମୋ ଗୁହାଳ ଯୋଜନାରେ ବ୍ୟାପକ ଦୁର୍ନିତୀ।ଭିଜିଲାନ୍ସ ତଦନ୍ତ ଦାବି।
କୋଣାର୍କ, ୨୬/୭ କୋଣାର୍କ ଥାନା ଅଧୁନ କାଦୁଆ ନୂଆଗାଁ ପଂଚାୟତରେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ୮୮ଜଣ ହିତାଧ୍ଧକାରୀଙ୍କୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଅଧ୍ଵନରେ ଆସୁଥିବା ମୋ ଗୁହାଳ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ଅଧିକାର ଆଇନ୍ ତଥ୍ୟରେ ଜଣାପଡ଼ିଛି । ପ୍ରତି ଗୁହାଳ ପିଛା ୧ ଲକ୍ଷ ୧୩ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ହିତାଧୁକାରୀମାନେ ଏହି ଅର୍ଥ ପାଇନଥିବାବେଳେ ବୁଝାମଣାରେ ନିଜକୁ ଭେଣ୍ଡର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ୨୦୧୭ ମସିହାରୁ କାଦୁଆ ନୂଆଗାଁ ପଂଚାୟତରେ ୮୮ଟି ମୋ ଗୁହାଳ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହିତାଧୁକାରୀମାନଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ପରେ ପ୍ରତ୍ୟେକ ହିତାଧୀକାରୀମାନଙ୍କୁ ଶ୍ରମିକ ବାବଦ ମଜୁରୀ ଟଙ୍କା ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ କିଣା ବାବଦ ଅର୍ଥକୁ ଜୈନିକ ଭେଣ୍ଡର ଜରିଆରେ ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଏହା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ଲୋକ ଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି ।