ରାଜ୍ୟ

ଏବିଡବ୍ଲୁଜେଏଆଇର ଜାତୀୟ କର୍ମଶାଳା

ରାଷ୍ଟ୍ର ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ: ରାଷ୍ଟ୍ର ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସାଂପ୍ରତିକ ପରିସ୍ଥିତିରେ ଜନତାଙ୍କ ସମସ୍ୟାର ନିରାକରଣ ପାଇଁ ସାମ୍ବାଦିକ ମାନେ ନିର୍ଭିକ ଭାବେ ସତ୍ୟକୁ ସାମନାକୁ ଆଣିବାକୁ ଦି ଆପେକ୍ସ ବଡି ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ଇଣ୍ଡିଆ (ଏବିଡବ୍ଲୁଜେଏଆଇ) ଦ୍ୱାରା ଆୟୋଜିତ ଜାତୀୟ କର୍ମଶାଳାରେ ଅତିଥିଗଣ ଆହ୍ୱାନ କରିଛନ୍ତି । ମଙ୍ଗଳବାର ଦିନ ସ୍ଥାନୀୟ ପ୍ରେସ କ୍ଲବ ଅଫ ଇଣ୍ଡିଆ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସାମ୍ବାଦିକ ସୁନିଲ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ‘ପର୍ଯ୍ୟବେକ୍ଷକ’ ଓ “ଦି କଳିଙ୍ଗ କ୍ରୋନିକିଲ’ର ମୁଖ୍ୟ ସଂପାଦକ ଡ଼ ପବିତ୍ର ମୋହନ ସାମନ୍ତରାୟ, ଉଦ୍‍ଘାଟକ ଭାବେ ପୂର୍ବତନ ପୁଲିସ ମହାନିର୍ଦେଶକ ବିଭୁତି ନାରାୟଣ ରାୟ, ମୁଖ୍ୟବକ୍ତା ଭାବେ ପ୍ରଫେସର ମାନସ ରଞ୍ଜନ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଡକ୍ଟର ରମେଶ ଗୌତମ, ଭାରତୀୟ ଆଦିମଜାତି ସେବକ ସଂଘର ସଭାପତି ନୟନଚାନ୍ଦ ହେମ୍ବ୍ରମ, ଆଣ୍ଟି କରପସନ ଫ୍ରଣ୍ଟର ଅଧ୍ୟକ୍ଷ ଆଇନଜୀବୀ ଏନ ପି ନାଗର ପ୍ରମୁଖ ସାମିଲ ହୋଇ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଦିଲ୍ଲୀସ୍ଥିତ ବାଙ୍କେବିହାରୀ ମନ୍ଦିରର ପଣ୍ଡିତ ତରୁଣ ଶାସ୍ତ୍ରୀଙ୍କ ବେଦପାଠ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *