ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ରର ୨ୟ ବାର୍ଷିକୀ ପ୍ରତିଷ୍ଠା ଦିବସ ପାଳିତ ।
ବ୍ରହ୍ମପୁର, ଦିନ ଅପରାହ୍ଣ ଘ୫-୦୦ଣ୍ଟ ସମୟେ ବ୍ରହ୍ମପୁରସ୍ଥ ଲାଂଜିପଲ୍ଲୀର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ଦ୍ବାରା ପରିଚାଳିତ ହୋଇ ଆସୁଥିବା ଦ୍ବିସାପ୍ତାହିକ “ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ର”ର ୨ୟ ବାର୍ଷିକୀ ପ୍ରତିଷ୍ଠା ଦିବସ କେନ୍ଦ୍ର ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ସଭାପତିତ୍ବରେ ସ୍ଥାନୀୟ ଚଣ୍ତି ମନ୍ଦିର ନିକଟସ୍ଥ ‘ଦିବ୍ୟ ଜୀବନ ସଂଘ’ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦିବ୍ୟ ଜୀବନ ସଂଘ, ଲାଂଜିପଲ୍ଲୀ ଶାଖାର ସଭାପତି ଶ୍ରୀ ଉମା ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିରବିଛିନ୍ନଭାବେ ସେବା ଯୋଗାଇ ଦେଇ ଆସୁଥିବା ହୋମିଓପାଥି ଡାକ୍ତର ଦ୍ବୟ , ବ୍ରହ୍ମପୁରସ୍ଥ ବିଜୁ ପଟନାୟକ ହୋମିଓପାଥି ଚିକତ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ଡାଃ ପ୍ରଶାନ୍ତ କୁମାର ପତି ଏବଂ ପ୍ରାକ୍ତନ ପ୍ରଫେସର ଡାଃ ଗଙ୍ଗାଧର ଆଚାର୍ଯ୍ଯ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଏହି ଚିକତ୍ସା କେନ୍ଦ୍ରର ପ୍ରସ୍ତାବକ ତଥା ବ୍ରହ୍ମପୁର ସହରର ସର୍ବ ପ୍ରଥମ ହସ ଓ ବ୍ୟାୟାମ ଗୁରୁ ସ୍ବର୍ଗତ ଲକ୍ଷ୍ମୀକାନ୍ତ ସତପଥୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପଶ୍ଚାତ୍ ଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା । ସମ୍ପାଦକ ଶ୍ରୀ ବିଶ୍ବନାଥ ପାଢ଼ୀ ଅତିଥି ପରିଚୟ କରିବା ପରେ ସମସ୍ତ ଅତିଥିଙ୍କୁ ଊପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ସଭାପତି ପାଢ଼ୀ ଦାତବ୍ୟ ଚିକିତ୍ସା କେନ୍ଦ୍ରର ଆଭିମୁଖ୍ୟ, ପରିଚାଳନା ବ୍ୟବସ୍ଥା, କେନ୍ଦ୍ରରୁ ସେବା ପାଇଥିବା ରୋଗୀଙ୍କ ସଂଖ୍ୟା ଏବଂ ସେମାନଙ୍କର ଅନୂଭୁତି ଓ ମତାମତ ଉପରେ ଆଲୋକପାତ କରିବା ସହ ଡାକ୍ତର ଦ୍ବୟଙ୍କ ନିରବିଛିନ୍ନ ସେବା ଓ ସମସ୍ତ ସହଯୋଗୀ ବ୍ୟକ୍ତିଙ୍କର ଅକୁଣ୍ଠିତ ଅକ୍ଳାନ୍ତ ସେବା ମନୋବ୍ରୁତି ଏବଂ ସମୟାବର୍ତ୍ତିତାର ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କର ସେହି ସେବା ଅତୁଟ ରଖିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରର ଏହି ଉତ୍ତମ କାର୍ଯ୍ଯରେ ଅଭିଭୂତ ହୋଇ ତାହାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ତାଙ୍କର ଦିବ୍ୟ ଜୀବନ ସଂଘ ତରଫରୁ ସମସ୍ତ ପ୍ରକାର ସାହାଯ୍ଯ ଓ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ସହ ସେହି ଦ୍ବିସାପ୍ତାହିକୀ କାର୍ଯ୍ଯକ୍ରମକୁ ପ୍ରତିଦିନ କରିବାପାଇଁ ଅନୁରୋଧ କରିଥିଲେ । ଏହାପରେ ଅନ୍ୟତମ ଅତିଥି ଡାଃ ଆଚାର୍ଯ୍ଯ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଏଠାରେ ଚାଲିଥିବା ମହତ୍ ମାନବ ସେବାରେ ବ୍ରତୀ ହୋଇ ସେ ନିଜକୁ ଗୌରବାନ୍ବିତ ମନେ କରିଥିଲେ ଏବଂ ତାଙ୍କର ଶରୀରରେ ଶକ୍ତି ଥିବାଯାଏଁ ଏହି ସେବାରେ ସାହାଯ୍ଯ ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପ୍ରଫେସର ଡାଃ ପତି ରୋଗ, ଯୋଗ, ରୋଗୀ ଓ ଭୋଗି ମଧ୍ୟରେ ଥିବା ସମୀକରଣ ଉପରେ ଆଲୋକ ପାତ କରି ‘ମାନବ ସେବା ହିଁ ମାଧବ ସେବା’ ଉପରେ ଗୁରୁତ୍ତ୍ବ ପ୍ରଦାନ କରିଥିଲେ । ବର୍ତ୍ତମାନ ଯେପରି ଜଳ,ସ୍ଥଳ ଓ ଆକାଶ ଅତି ମାତ୍ରାରେ ପ୍ରଦୁଷିତ ହୋଇ ଚଲିଛି, ଏପରି ସ୍ଥଳରେ ରୋଗିମାନେ ଯେ କୌଣସି ଔଷଧ ଉପରେ ଅତିମାତ୍ରାରେ ନିର୍ଭର ନ କରି ପ୍ରତିଦିନ ପ୍ରାକ୍ରୁତିକ ଚିକିତ୍ସା ତଥା ଯୋଗ, ଆସନ, ପ୍ରାଣାୟାମ ଓ ବ୍ୟାୟାମ ମାଧ୍ୟମରେ ଭଲ ହେବା ପାଇଁ ଯତ୍ପରୋନାସ୍ତି ଚେଷ୍ଠା କରିବା ଉଚିତ ବୋଲି ଉପଦେଶ ଦେଇଥିଲେ । ପରିଶେଷରେ ଚିକିତ୍ସା କେନ୍ଦ୍ରର ସକ୍ରୀୟ କର୍ମୀ ତଥା ବାୟୁସେନାର ସେବାନିବ୍ରୁତ ସର୍ଜଣ୍ଟ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ଯକ୍ରମରେ ସଂଘର କେଷାଧ୍ୟକ୍ଷ ଶ୍ରୀ ଶିବରାମ ପାଣିଗ୍ରାହି, ପ୍ରତିଷ୍ଠାତା ସଭ୍ୟ ଶ୍ରୀ କେ କ୍ରିଷ୍ଣା ରାଓ ଅନ୍ଯାନ୍ୟ ସହଯୋଗୀ ସଦସ୍ୟ ସର୍ବଶ୍ରୀ ପ୍ରମୋଦ କୁମାର ମିଶ୍ର, କବିରାଜ ସାହୁ, ପିଣ୍ଟୁ ପାଢ଼ି, କଙ୍ଗ୍ରେସ ସାହୁ, ବିଭୁତି ଭୂଷଣ ବେହେରା, ରାଜ କିଶୋର ଆଚାର୍ଯ୍ଯ, ଅଭିମନ୍ୟୁ ମହାରଣା, ଗୋବିନ୍ଦ ନାୟକ, ବାସୁଦେବ ସାହୁ, ବନମାଳି ସାହୁ, ହରିବନ୍ଧୁ ବେହେରା, କେ ସୁବା ରାଓ, ଦେବେନ୍ଦ୍ର ଆଚାର୍ଯ୍ଯ, ସମେତ ଅର୍ଦ୍ଦଶତାଧିକ ସଦସ୍ୟ ଏବଂ ସେବା ଉପଲବ୍ଧି ପାଇଥିବା ବହୁ ରୋଗୀ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।