ରାଜ୍ୟ

ସେଣ୍ଟ ଜାଭିୟର ହାଇସ୍କୁଲ, ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ବୈଠକ ହୋଇଥିଲା

ଆଜି ସେଣ୍ଟ ଜାଭିୟର ହାଇସ୍କୁଲ, ମୀନାକ୍ଷୀ ନାଗର କ୍ୟାମ୍ପସରେ ଅଭିଭାବକଙ୍କ ଅଭିଯୋଗ କ୍ରମେ ଏକ ବୈଠକ ସ୍ଥିର ହୋଇଥିଲା।
ଅଭିଭାବକଙ୍କ ଦ୍ୱାରା ଗଠନମୂଳକ ପରାମର୍ଶ ଏବଂ କିଛି ଅଭିଯୋଗ ପ୍ରଦାନ କରାଯାଇଥିଲା ଏବଂ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଆଲୋଚନା କରାଯାଇଥିଲା ଏବଂ ସେମାନଙ୍କ ମତାମତ ଗ୍ରହଣ କରାଯାଇଥିଲା।ଏହାର
ଯଥା ଶୀଘ୍ର ସମାଧାନ କରିବାକୁ ବିଦ୍ୟାଳୟ ପ୍ରତିଶ୍ରୁତି ଦେଇଛି ।
ଅଭିଭାବକଙ୍କ ପକ୍ଷରୁ ପ୍ରତିନିଧୀ ଏବଂ ଏହା ସମେତ ବିଦ୍ୟାଳୟର ସହ ନିର୍ଦ୍ଦେଶକ ଇଂ.ଶ୍ରୀଯୁକ୍ତ କୁନାଲ କୌଶିକ ପଣ୍ଡା , ଶ୍ରୀମତୀ ଉଷା ରାଣୀ ପଟ୍ଟନାୟକ ଜୋନାଲ ଏକାଡେମୀ କୋଡ଼ିନେଟର, ଅଧ୍ୟକ୍ଷ ଶ୍ରୀଯୁକ୍ତ କାହ୍ନୁ ଚରଣ ପଣ୍ଡା , ଜୋନାଲ ଏକାଡେମୀ ଅଫିସର ଡକ୍ଟର ବିନାୟକ ସାହୁ ,ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଓ ,ଶ୍ରୀଯୁକ୍ତ ରାଜେଶ ପାତ୍ର ଅନୁଶାସନ (ସ୍କାଉଟ୍ ଏବଂ ଗାଇଡ) ଇନ୍ ଚାର୍ଜ , ଶ୍ରୀମତୀ ଅନୁପମା ପ୍ରଧାନ,ଶ୍ରୀମତୀ ମିନତି ଷଡ଼ଙ୍ଗୀ ,ଶ୍ରୀମତୀ ହରବିନ୍ଦର୍ କୌର, ଶ୍ରୀଯୁକ୍ତ ପ୍ରକାଶ ପଲାଇ ,ଶ୍ରୀମତୀ ରଶ୍ମିତା ଦଳାଇ ଏବଂ ଅନ୍ୟ ବରିଷ୍ଟ ଶିକ୍ଷକ ମାନେ ଏହି ଗଠନ ମୂଳକ ଆଲୋଚନା ରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *