ରାଜ୍ୟ

ଆଦିବାସୀ ବନବାସୀ ଯେଉଁଠି ବାଘ ବଂଶ ସେଇଠି ବାଘ ସୁରକ୍ଷା ଓ ଆଦିବାସୀ ମାନଂକର ଜୀବନଜୀବିକା ପରସ୍ପର ପରିପୂରକ

ଅନୁଗୁଳ:

ଆନ୍ତର୍ଜାତୀୟ ବାଘ ଦିବସ ପାଳନ ଅବସରରେ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର ପରିସୀମା ଗ୍ରାମ  ପବଲା ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ  ଆୟୋଜିତ ସଭାରେ ଗ୍ରାମର ସଭାପତି ରଂଜନ ପଧାନ ସଭାପତିତ୍ବ କରିଥିଲେ । ସମଗ୍ର ପୃଥିବୀ ପୃଷ୍ଠରୁ ବାଘ ସଂଖ୍ଯା ଦୃତ ବେଗରେ ହ୍ରାସ  ପାଉଥିବା ବେଳେ ଭାରତ ଦେଶରେ ପୃଥିବୀର ୭୦ ପ୍ରତିଶତ ବାଘ ଥିବାର ଆଲୋଚନା ହୋଇଥିଲା । ଆମ ଦେଶରେ ପ୍ରାୟଃ ୩ ହଜାର ବାଘ ଥିବା ବେଳେ ୨ ଦଶନ୍ଧୀ ହେଲା ବାଘ ସଂଖ୍ଯା ବୃଦ୍ଧି ପାଉଥିବା ଆଲୋଚନା କରାଯାଇଥିଲା । ଆଦିବାସୀ ଓ ବନବାସୀ ଯେଉଁ ସବୁ ଜଂଗଲରେ ବସବାସ କରୁଛନ୍ତି ସେହି ସବୁ ଜଂଗଲରେ ବାଘ ଦେଖାଯାଉଛନ୍ତି । ଅଧିକାଂଶ ଜଂଗଲ ଅଂଚଳ ବିକାଶ କାର୍ଯ୍ଯଧାରାରେ ଧ୍ବଂସ ପାଉଥିବା କାରଣରୁ ଆଦିବାସୀ ଓ ବନବାସୀଂକର ଜୀବନଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ଆଦିବାସୀ ମାନଂକ ଅଧିକାର ଏବଂ ବାଘ ସମେତ ଅନ୍ଯାନ୍ଯ ବନ୍ଯଜୀବଂକର ସୁରକ୍ଷା ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ବ ଭଳି ପରଷ୍ପର ପରିପୂରକ । ଆଦିବାସୀ ଓ ବନବାସୀ ମାନଂକର ସହଯୋଗ ବିନା ବାଘ ଓ ବନ୍ଯଜନ୍ତୁ ସୁରକ୍ଷା ସମ୍ଭବ ନୁହେଁ । ଆଦିବାସୀ ଓ ବନବାସୀ ମାନଂକୁ ସାଂଗରେ ନେଇ ବାଘ ସୁରକ୍ଷା ପରିଚାଳନା କରାଯାଇଥିବାର ଆଇନଗତ ବ୍ଯବସ୍ଥା ରହିଛି । ସରକାରୀ ସ୍ତରରେ ଆନ୍ତର୍ଜାତୀୟ ନିର୍ଦ୍ଦେଶନାମା , ଚୁକ୍ତିନାମା ଏବଂ ପ୍ରଣୀତ ଆଇନ୍ ଓ ନିୟମାବଳୀ ଆଧାରରେ ବାଘ ସମେତ ବନ୍ଯଜୀବ ସୁରକ୍ଷା ସମ୍ଭବ ବୋଲି ପରିବେଶବିତ୍ ପ୍ରସନ୍ନ କୁମାର ବେହେରା ପ୍ରକାଶ କରିଥିଲେ । ଜଂଗଲ ନିକଟବର୍ତ୍ତୀ ଗ୍ରାମବାସୀ ମାନଂକର ପୂର୍ଣ୍ଣ ସହଯୋଗ ରେ ବାଘ ସଂରକ୍ଷଣ ସମ୍ଭବ ବୋଲି ଆଲୋଚନା କରାଯାଇଥିଲା । ଅନୁଗୁଳ ଟାଉନ୍ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ବାଘ ସହିତ ଆମର ରହିଥିବା ସାଂସ୍କୃତିକ ସଂପର୍କ , ଦେବାଦେବୀଂକର ବାହାନ ପୂର୍ବକ ଧାର୍ମିକ ଚେତନା, ଜଂଗଲର ରାଜା ଏବଂ ସମସ୍ତଂକର ମାମୁଁ ସହିତ ଜାତୀୟ ପ୍ରାଣୀର ଗୁରୁତ୍ବକୁ ଦୃଷ୍ଟାନ୍ତମୂଳକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ବାଘ-ମଣିଷ ବିଭେଦ ଓ ସଂଘର୍ଷ ମନୁଷ୍ଯକୃତ ଏବଂ ଏହାର ନିରାକରଣ ଓ ନିୟତ୍ରଣ ମଣିଷ ଦ୍ବାରା ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ସ୍ଥାନୀୟ ବନପାଳ କୁଶଧ୍ବଜ ନାୟକ ଗ୍ରାମବାସୀଂକର ସହଯୋଗ ଓ ସହଭାଗିତାରେ ଜଂଗଲ, ଜୈବବିବିଧତା ଏବଂ ବନ୍ଯଜୀବ ସଂରକ୍ଷଣ ହୋଇପାରିବ ବୋଲି ମତବ୍ଯକ୍ତ କରିଥିଲେ । ସମିତି ସଂଯୋଜକ ସୁବ୍ରତ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । ଗ୍ରାମବାସୀ ମାନେ ବନ୍ଯଜନ୍ତୁ ଶିକାରୀ ମାନଂକୁ ଧରାଇବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ବାଘ ମାନଂକର ବାସସ୍ଥାନ, ବ୍ଯବହାରିକ ଚଳଣି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସମିତି ର ଅନ୍ଯତ୍ତମ ସଂଯୋଜକ ପ୍ରିୟବ୍ରତ ବେହେରା କାର୍ଯ୍ଯକ୍ରମ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *