ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଅଫିସ୍ ଘେରାଉ କଲା ଆଦିବାସୀ କଲ୍ୟାଣ ସଂଘ
ନୂଆପଡା (ବିରବଲ ପ୍ରଧାନ)ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିଛି ଆଦିବାସୀ କଲ୍ୟାଣ ସଂଘ ।ସଂଘର ସଭାପତି ଭାନୁ ପ୍ରତାପ ସିଂ ମାଝି ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ।ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଥିବା ଷୋହଳ ହଜାର ଗୋଟି ଦରଖାସ୍ତ ର ଜଙ୍ଗଲ ଜମି ଅଧିକାର ଆଇନ ମୁତାବକ ପଟ୍ଟା ପ୍ରଦାନ, ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ କିସମକୁ ପଟ୍ଟା ପ୍ରଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି ଆଦିବାସୀ ।ସେହିପରି ଗୋଷ୍ଠିଗତ ଅଧିକାର ରେ ପଟ୍ଟା ପ୍ରଦାନ ପ୍ରଶାସନର ଅବହେଲା କୁ ନିନ୍ଦା କରିବା ସହ ବନବାସୀ ଙ୍କୁ ପ୍ରଦାନ କରାଯାଇଥିବା ଜଙ୍ଗଲ ଜମି ପଟ୍ଟାରେ ଫସଲ ବୀମା ଧାର୍ଯ୍ୟ କରାଯାଉ । ଜଙ୍ଗଲ ଜମି ପଟ୍ଟାରେ ଉତ୍ପାଦନ ହେଉଥିବା ଫସଲକୁ ମଣ୍ଡିରେ ବିକ୍ରି ସକାଶେ ଅନୁମତି ପ୍ରଦାନ କରିବାକୁ ଦାବି କରିଛନ୍ତି ବନବାସୀ ମାନେ । ଜଙ୍ଗଲ ଜମି ପଟ୍ଟାରେ କୃଷି ଋଣ ପ୍ରଦାନ କରିବା ସହ ପାଇଥିବା ଜଙ୍ଗଲ ଜମି ପଟ୍ଟାରେ ଜମି ମରାମତୀ ସକାଶେ ଏମ ଜି ଏନ ଆର ଜି ଏସ ଯୋଜନା କାହିଁକି ଲାଗୁ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।ସେହିପରି ଜିଲ୍ଲାର ଅନ୍ଵେଷା ଯୋଜନାରେ ପରିଚାଳିତ ବିଦ୍ୟାଳୟରେ ହେଉଥିବା ବ୍ୟାପକ ଦୁଃର୍ନିତୀର ପର୍ଦାଫାସ ସହିତ Central Social Audit କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଦିବାସି ଙ୍କର ସ୍ୱତନ୍ତ୍ର ବିକାଶ ପାଇଁ ପ୍ରଜୁଯ୍ୟ ଯୋଜନା RLTAP ରୁ ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଦଶ କୋଟି ଟଙ୍କା କୁ ଶାସକ ଦଳର ଜଣେ ପ୍ରଭାବଶାଳୀ ରାଜନେତା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଅପ ବ୍ୟବହାର ପ୍ରତିବାଦ କରି ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିଛି ଆଦିବାସୀ ସଂଘ ।ଯଦି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ସମସ୍ୟାର ସମାଧାନ ନକଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ମାନେ ।